ଆଇନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର, ୫୧ ୟୁନିଟ ରକ୍ତ ସଂଗୃହିତ

0 28

ସମ୍ବଲପୁର : ଗ୍ରୀଷ୍ମପ୍ରବାହର ଆଗମନରେ ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକରେ ରକ୍ତାଭାବ ପରିଲକ୍ଷିତ ହେଉଛି । ସମ୍ବଲପୁର ଜିଲ୍ଲାର ଭିମସାର୍‌ ଓ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରରେ ମଧ୍ୟ ଏହି ସଂକଟରୁ ବାଦ୍‌ ପଡି ନାହିଁ । ରକ୍ତାଭାବ ଯୋଗୁଁ ରୋଗୀ ଓ ପ୍ରିୟଜନମାନେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିବା ସମୟରେ ସମ୍ବଲପୁର ସହର ସ୍ଥିତ ଲାଲା ଲାଜପତ ରାୟ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବହୁସଂଖ୍ୟାରେ ରକ୍ତଦାନ କରି ଏହି ଅଭାବକୁ କିଛି ମାତ୍ରାରେ ଦୂର କରିବା ସହ ପୂଣ୍ୟ ଅର୍ଜନ କରିଛନ୍ତି । ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୋଟ୍‌ ୫୧ ଜଣ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ରକ୍ତଦାନ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିଜୟାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସମ୍ବଲପୁରର ସହକାରୀ ଜିଲ୍ଲାପାଳ ରେହାନ୍‌ ଖତ୍ରୀ (ଆଇଏଏସ୍‌) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ କଳ୍ପନା ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ରକ୍ତଦାନ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ଖତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି ଯେ ରକ୍ତଦାନ ଏକ ମହତ ଦାନ । ଏହି ରକ୍ତଦାନ ଶିବିରରେ ଛାତ୍ରଛାତ୍ରୀମାନେ ପ୍ରବଳ ଉତ୍ସାହର ସହ ଭାଗ ନେଇ ରକ୍ତଦାନ କରିଥିଲେ । ସକାଳ ୯ ଟା ୩୦ ଠାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ । ଏଥିରେ ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ଡଃ.ଲକ୍ଷ୍ମୀକାନ୍ତ ଦାଶ, ଅଙ୍କିତ ସୌରଭ ସାହୁଙ୍କ ସମେତ କଲେଜର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ସମ୍ବଲପୁର ରକ୍ତଭଣ୍ଡାରର ଅଧିକାରୀ ଡା. କଳପେସ କକ୍କଡଙ୍କ ସମେତ ତାଙ୍କ ଟିମ ଶିବିର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଲାଲ ଗୋପାଳ ନନ୍ଦ, ଅମର ଶର୍ମା, ବିକାଶ ନାଥ ମନ୍ଦୋଦରୀ, ଆକାଂକ୍ଷା ସାମନ୍ତ, ବିମଳ ବେହେରା, ସାଇପ୍ରସାଦ ସାହୁ, ଅମୃତ ପଣ୍ଡା, ପରିଚିତା ପଣ୍ଡା ଓ ଅବିନାଶ କେର୍କେଟା ପ୍ରମୁଖ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

two + twenty =