କୋଣାର୍କ ଚନ୍ଦ୍ରଭାଗାରେ ଉଦଘାଟିତ ହେଲା ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ

0 65

ପୁରୀ : କୋଣାର୍କ ଚନ୍ଦ୍ରଭାଗାରେ ଉଦଘାଟିତ ହୋଇଛି ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ୨୦୨୨ । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏହା ଦେଶ ଦେଶ ମଧ୍ୟରେ କଳା ସଂସ୍କୃତିକୁ ଯୋଡିବାରେ ମୁଖ୍ୟ ମାଧ୍ୟମ ହେବ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ଦେଶ ବିଦେଶରୁ ଆସିଥିବା ବାଲୁକା ଚିତ୍ର ଶିଳ୍ପୀଙ୍କ ନିଖୁଣ କଳା ସମସ୍ତଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ପ୍ରଥମ ଦିନରେ ଦେଶ ବିଦେଶରୁ ଆସିଥିବା ବାଲୁକା ଚିତ୍ର ଶିଳ୍ପୀଙ୍କ ଦ୍ୱାରା ଓଡ଼ିଶାର ଐତିହ କଳା ସଂସ୍କୃତିର ଝଲକ ଦେଖାଇଛନ୍ତି ବାଲୁକା ଶିଳ୍ପୀ । ମହାପ୍ରଭୁ ଜଗନ୍ନାଥ, ଜଗନ୍ନାଥ ମନ୍ଦିର, ଶାନ୍ତିସୂପ ଧଉଳି ଭଳି ମନ୍ଦିରକୁ କଳାକାର ମାନେ ସ୍ଥାନ ଦେଇଥିବା ବେଳେ ଓଡ଼ିଶାର ପରମ୍ପରାକୁ ନିଜ ନିଖୁଣ କଳାରେ ଦେଖାଇଛନ୍ତି ।ଯାହାକି ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଛି । ଆଜିର ଏହି ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ତୁଷାର କାନ୍ତି ବେହେରା, ସାଂସଦ ରାଜଶ୍ରୀ ମଲିକଙ୍କ ସମେତ ପର୍ଯ୍ୟଟନ ବିଭାଗର ବହୁ ଅଧିକାରୀ ଯୋଗ ଦେଇଥିଲେ ।

hiring

hiranchal ad1
Leave A Reply

Your email address will not be published.

four × one =