ବଢିଚାଲିଛି ଗ୍ରୀଷ୍ମ ପ୍ରବାହ, ଲୁଚକାଳି ଖେଳୁଛି ବିଜୁଳି; ନିଘୋଡ଼ ନିଦ୍ରାରେ ବିଦ୍ୟୁତ୍‌ ବିଭାଗ

0 82

ଦଶପଲ୍ଲା :୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୦ ଘଣ୍ଟା କଟୁଛି ବିଜୁଳି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଂଗକୁ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଦଶପଲ୍ଲା ଅଂଚଳ ବାସୀ । ଦଶପଲ୍ଲା ଅଂଚଳରେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ଘଣ୍ଟା ଘଣ୍ଟା ଧରି ବିଛିନ୍ନ ହୋଇପଡୁଛି ବିଜୁଳି ସେବା । ବିଦ୍ୟୁତ କର୍ମଚାରୀଙ୍କ ଖାମ୍‌ ଖିଆଲ୍‌ ଓ ହେୟ ମନବୃତ୍ତି ଯୋଗୁ କୌଣସି କାରଣ ନ ଥାଇ ମଧ୍ୟ ଦଶପଲ୍ଲା ପଶ୍ଚିମାଞ୍ଚଳରେ ପ୍ରାୟ ୧୨ ଘଣ୍ଟା ଧରି ବିଛିନ୍ନ ରହୁଛି ବିଦ୍ୟୁତ୍‌ ସେବା । ଏ ସମ୍ପର୍କରେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଯୋଗାଯୋଗ କରିବାକୁ ଫୋନ୍‌ କଲେ ବିଦ୍ୟୁତ୍‌ କର୍ମଚାରୀ ମାନେ ଜାଣିଶୁଣି ଫୋନ୍‌ ଉଠାଉ ନଥିବା ଅଭିଯୋଗ ହୋଇ ଆସୁଛି । ଦଶପଲ୍ଲା ପଶ୍ଚିମାଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଗରିବ ଅଂଚଳ ହୋଇଥିବାରୁ ଏହି ଅଂଚଳ ପ୍ରତି ବିଦ୍ୟୁତ୍‌ ବିଭାଗ ବୈମାତୃକ ମନୋଭାବ ନେଇ ଏ ଭଳି ଅଘୋଷିତ ବିଦ୍ୟୁତ୍‌ କାଟ କରୁଥିବା ଅଭିଯୋଗ ହୋଇଆସୁଛି ।

hiranchal ad1
Leave A Reply

Your email address will not be published.

four × one =