ଏମ୍‌ସିଏଲ୍ ଓରିଏଣ୍ଟ କ୍ଷେତ୍ର ତରଫରୁ କ୍ରମାଗତ ଭାବେ ମାସ୍କ୍ ଓ ସାନିଟାଇଜର ବଣ୍ଟନ

0 91

ସମ୍ବଲପୁର : ଓରିଏଣ୍ଟ ଭୂତଳ କୋଇଲା ଖଣି, ଏମ୍‌ସିଏଲ୍ ତରଫରୁ ମହାମାରୀ କରୋନା ଭୂତାଣକୁ ପ୍ରତିରୋଧ କରିବା ପାଇଁ ଝାରସୁଗୁଡ଼ା ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡ଼ିକରେ କ୍ରମାଗତ ଭାବେ ମାସ୍କ୍ ଓ ହାତଧୁଆ ସାନିଟାଇଜର ବଣ୍ଟନ କାର୍ଯ୍ୟ ଚାଲୁ ରହିଥିବା ବେଳେ ବସୁନ୍ଧରା କ୍ଷେତ୍ର ତରଫରୁ ଫଗ୍ କ୍ୟାନର ଦ୍ୱାର ସୁନ୍ଦରଗଡ଼ ଟାଉନସିପ୍‌ରେ ସାନିଟାଇଜେସନ କାର୍ଯ୍ୟ ଚାଲୁ ରହିଛି । ଓରିଏଣ୍ଟ ଭୂତଳ କୋଇଲା ଖଣିର ଏକ ଟିମ୍ ପାଶ୍ୱର୍ବର୍ତ୍ତୀ ଗ୍ରାମ ମୁଣ୍ଡପଡ଼ା ଗ୍ରାମବାସୀଙ୍କୁ ମାସ୍କ୍ ଓ ହାତଧୂଆ ସାନିଟାଇଜର ବଣ୍ଟନ କରିଥିଲେ । ଯଦିଓ ବସୁନ୍ଧରା କ୍ଷେତ୍ରର ଅନ୍ୟ ଏକ ଟିମ୍ ଦ୍ୱାରା ପାଶ୍ୱର୍ବର୍ତ୍ତୀ ବସ୍ତି ଅଞ୍ଚଳ ଫଗ୍ କ୍ୟାନର ଦ୍ୱାରା ସାନିଟାଜେସନ୍ କାର୍ଯ୍ୟ କରାଯିବା ସହିତ ଆଜି ତୃତୀୟଥର ପାଇଁ ସୁନ୍ଦରଗଡ଼ ଟାଉନ୍‌ସିପରେ ସାନିଟାଇଜେସନ କାର୍ଯ୍ୟ ଚାଲୁ ରହିଛି ।

hiranchal ad1
Leave A Reply

Your email address will not be published.

3 × 4 =