ବିଶ୍ୱର ପ୍ରଥମ ସୁନାର ଏଟିଏମ ନିର୍ମାଣ ହେଲା, ଯାହାର ମୂଲ୍ୟ ଜାଣିଲେ ଆପଣ ଚମକିବେ

0 230

ଏଟିଏମ କାର୍ଡ ଆମେ ପ୍ରାୟତଃ ସମସ୍ତେ ବ୍ୟବହାର କରିଥାଉ । ଏହା ଆମ ଦୈନନ୍ଦିନ ଜୀବନ ଏକ ପ୍ରମୁଖ ଅଙ୍ଗ ପାଲଟିଯାଇଛି । ଏଟିଏମ କାର୍ଡ ଆମକୁ ବ୍ୟାଙ୍କିଂ କାମକୁ ଏତେ ସହଜ କରିଦେଇଛି ଯେ, ଆମେ ଏହା ଉପରେ ପୁରା ନିର୍ଭରଶୀଳ କହିଲେ ଅତ୍ୟୁକ୍ତି ହେବନାହିଁ । ଆମର ବିକାଶରେ ଏଟିଏମ କାର୍ଡର ବହୁତ ଯୋଗଦାନ ରହିଛି । ଏବେ ଏମିତି ଏକ ଏଟିଏମ କାର୍ଡ ନିର୍ମାଣ କରାଯାଇଛି ଯାହା କେବଳ ସୁନାରେ ହିଁ ତିଆରି ହୋଇଛି । ସୁନାର ଏହି ଏଟିଏମ ତିଆରି ପାଇଁ ୧୮ କ୍ୟାରେଟ ସୁନା ବ୍ୟବହାର ହୋଇଛି । ଯେଉଁ ବ୍ୟକ୍ତି ଏହି ଏଟିଏମ କାର୍ଡକୁ ନେବ ତାହାର ନାମ ଓ ସ୍ୱାକ୍ଷର କାର୍ଡରେ ରହିବ । ଏହି କାର୍ଡ ବ୍ୟବହାର କଲେ କୌଣସି ଟ୍ରାନ୍ସଜେକ୍ସନ ଫିସ୍ ଦେବାକୁ ପଡିବ ନାହିଁ । ସେହିପରି କାର୍ଡର ଫୋରେନ୍ ଏକ୍ସଚେଞ୍ଜ ଫିସ୍ ମଧ୍ୟ ଦେବାକୁ ପଡିବନି ।

hiring

ଏହା ର୍ ବିଶ୍ୱର ପ୍ରଥମ ଏଟିଏମ କାର୍ଡ ଯାହାକି ସୁନାରେ ତିଆରି । ଏହି ଏଟିଏମ କାର୍ଡକୁ ବ୍ରିଟିଶ ସରକାରଙ୍କ ଅଧିନସ୍ଥ “ଦ ରାୟଲ ମିଟ୍‌’ ନିର୍ମାଣ କରିଛି । ସୁନାରେ ତିଆରି ଏହି ଏଟିଏମ କାର୍ଡର ମୂଲ୍ୟ ୧୮,୭୫୦ ୟୁରୋ ଅଟେ । ଭାରତୀୟ ଟଙ୍କା ହିସାବରେ ଏହାର ମୂଲ୍ୟମୂଲ୍ୟ ୧୪ଲକ୍ଷ ୭୦ହଜାର ହେବ । କଂପାନୀ ଏହି ଏଟିଏମ କାର୍ଡକୁ ସିମିତ ଗ୍ରାହକମାନଙ୍କ ଦେବ । ସୁନାର ତିଆରି ଏଟିଏମ କାର୍ଡ ଏକପ୍ରକାର ଡେବିଟ କାର୍ଡ ଅଟେ । ଏଟିଏମ କାର୍ଡର ନାମ “ରେରିସ’ ରଖାଯାଇଛି । ଏହି ଏଟିଏମ କାର୍ଡକୁ ନେବା ପାଇଁ ଏକ ବିଶେଷ ପ୍ରକାଶ ଆକାଉଣ୍ଟ ଖୋଲିବାକୁ ପଡିବ ।ଏହା ଏ ପର୍ଯ୍ୟନ୍ତ ଲଞ୍ଚ ହୋଇନାହିଁ । ଆଗକୁ ଏହାର ଲଞ୍ଚ ହେବ ବୋଲି କଂପାନୀର ପାର୍ଟନରସିପ ହେଡ ସିମନ ବ୍ରାଡଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

2 × three =