ମାସ୍କ ପିନ୍ଧାଇ ସାନି ଟାଇଜର ଦେଇ ସଚେତନ କଲେ ତହସିଲଦାର

0 198


ଦାରିଙ୍ଗବାଡ଼ି,୩୦/୪:ସାରା ଦେଶରେ କରୋନା ନିଜର ୨ୟ କାୟା ବିସ୍ତାର କରୁଥିବା ବେଳେ ରାଜ୍ୟ ସରକାର ଲୋକଙ୍କ ପାଇଁ କଟକଣା ଜାରି କରିଛନ୍ତି l ସମସ୍ତଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ତହସିଲଦାର କଳାକୃଷ୍ଣ ପ୍ରଧାନ ସିମନବାଡ଼ି ଅଂଚଳରେ ପହଞ୍ଚି ମାସ୍କ ପିନ୍ଧିନଥିବା ଲୋକ ଓ ମାଛ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରିଥିବା ବେଳେ ମାସ୍କ ପିନ୍ଧିବା ପାଇଁ କହିଥିଲେ ଏଥି ସହିତ ସିମନ ବାଡ଼ି ବଜାରକୁ ଆସିଥିବା କିଛି ମହିଳା ମାସ୍କ ପରିଧାନ କରିନଥିବା ଦେଖି ତହସିଲଦାର ଶ୍ରୀ ପ୍ରଧାନ ମହିଳା ମାନଙ୍କୁ ନିଜେ ମାସ୍କ ପିନ୍ଧାଇ କୋଭିଡ କଟକଣା ବାବଦରେ କହି ସୁରକ୍ଷିତ ରହିବାକୁ କହିଥିଲେ l ଏଥି ସହିତ ବିଭିନ୍ନ ବସ୍ ଗୁଡ଼ିକରେ ଥିବା ସିଟ ଠାରୁ ଅଧିକା ଯାତ୍ରୀ ନେଉଥିବା ନେଇ ଯାଞ୍ଚ କରିଥିବା ବେଳେ ବସ୍ ଭିତରେ ମଧ୍ୟ କିଛି ଯାତ୍ରୀ ମାସ୍କ ପିନ୍ଧିନଥିବାରୁ ତାଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ରାଜସ୍ୱ ନିରୀକ୍ଷକ ବିଚିତ୍ର ମଲ୍ଲିକଙ୍କ ସମେତ ପୁଲିସ ଓ ରାଜସ୍ୱ ବିଭାଗ କର୍ମଚାରୀମାନେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

16 − 15 =