ଲୋକପ୍ରିୟ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ

0 337

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କର ପରଲୋକ ଘଟିଛି । ଶୁକ୍ରବାର ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । କିଛିଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ, ମାତ୍ର ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ତାଙ୍କ ବିୟୋଗ ଗଣମାଧ୍ୟମ ଶିଳ୍ପକୁ ଏକ ଶକ୍ତ ଧକ୍କା ଲାଗିଛି । ଅନେକ ପ୍ରସିଦ୍ଧ ସାମ୍ବାଦିକ ତାଙ୍କ ଦେହାନ୍ତ ଖବରକୁ ଶେୟାର କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସରଦାନା ୨୦୧୭ରେ ଆଜତକ୍ ଚ୍ୟାନେଲରେ ନ୍ୟୁଜ ଉପସ୍ଥାପକ ଭାବେ ଯୋଗଦେଇଥିଲେ । ସେ ଆଜ୍‌ତକ୍‌ର ଲୋକପ୍ରିୟ ବିତର୍କ ଶୋ ‘ଦଙ୍ଗଲ’କୁ ସଞ୍ଚାଳନ କରୁଥିଲେ । ଏହାପୂର୍ବରୁ ସେ ଜି ନ୍ୟୁଜରେ ମଧ୍ୟ ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

12 − seven =