ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚର ବୈଠକ ଓ ଦାବିପତ୍ର ପ୍ରଦାନ

0 60

ଘୁ ଉଦୟଗିରି: ଜିଲ୍ଲାର ଅଗ୍ରଣୀ ଲୋକ ସଙ୍ଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା କନ୍ଧମାଳ ଏକ ନିଆରା ଏବଂ ଭିନ୍ନ ଏକ ଆଦରଣୀୟ ଲୋକ ସଙ୍ଗଠନ ଯାହାକି ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି କନ୍ଧମାଳ ଜିଲ୍ଲାରେ ଗରିବ ଆଦିବାସୀ, ଦଳିତ, ନିଷ୍ପେସିତ ଓ ପଛୁଆ ବର୍ଗର ଲୋକଙ୍କ ସହିତ ରହି ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ କିପରି ଗ୍ରାମାଞ୍ଚଳରେ ରହି ଆସୁଥିବା ଗ୍ରାମବାସୀଙ୍କ ମୌଳିକ ଅଧିକାର ଯେପରି ଖୁର୍ଣ୍ଣ ନ ହେବ, ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗୋମନାଗମନ, ପାନୀୟ ଜଳ, ମନରେଗା ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଜଙ୍ଗଲ ଜମି ଆଇନ,ସାମାଜିକ ସୁରକ୍ଷା ଯୋଜନା ମାତୃ ମମତା ଯୋଜନା,କୃଷି ଓ କୁଟୀର ଶିଳ୍ପୀ ଆଦି ସମସ୍ତ ସରକାରଙ୍କ ଯୋଜନା ଯେପରି ପ୍ରତ୍ୟେକ ଲୋକ ସଠିକ ଭାବରେ ପାଇପାରିବେ ସେଥିପାଇଁ ଗାଁ ଗାଁ ଯାଇ ଲୋକଙ୍କୁ ଏକାଠି କରି ଗାଁ କମିଟି ଗଠନ କରି ଲୋକେ କିପରି ନିଜ ଅଧିକାରକୁ ନିଜେ ସାବ୍ୟସ୍ତ କରି ପାରିବେ ସେଥିପାଇଁ ଏକ ମଞ୍ଚ ଗଢିବା ସହିତ ସଙ୍ଗଠନ କିପରି ସୁଦୃଢ ହେବ ଏବଂ ସ୍ୱାବିଲମ୍ବି ହେବ ସେଥିପାଇଁ ଗୁରୁତ୍ୱ ଦେଇଛି । ଯେପରି ମୋ ଚାଟ ଶାଳୀ ମାଧ୍ୟମରେ ପିଲାଙ୍କୁ ଶିକ୍ଷା, ମହିଳା ସଶକ୍ତି କରଣ, ଯୁବ ସମାଜ ଗଠନ, ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ନେଇ ତାଲିମ, ସୋସିଆଲ ମିଡ଼ିଆରେ କିପରି ପାରଙ୍ଗମ ଯଥା, ଟ୍ୱିଟର, ଫେସବୁକ, ୱାଟସଆପ, ଇନଷ୍ଟାଗ୍ରାମକୁ ବ୍ୟବହାର କରି ଗ୍ରମାଞ୍ଚଳର ସମସ୍ୟା ଏବଂ ପ୍ରଶଂସା କାର୍ଯ୍ୟକ୍ରମକୁ ପ୍ରଚାର ଏବଂ ପ୍ରସାର କରିବାକୁ ଆହ୍ୱାନ ଦେଇଥାଏ ।

hiring


ସଂଗଠନର କର୍ମୀ ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ମାସିକ ବୈଠକ କରିବା ସହିତ ଗ୍ରାମକୁ ସଫା କରିବା ସ୍ୱଚ୍ଛତାକୁ ବଜାଇ ରଖିବା ଏବଂ ଗାଁ ସମସ୍ୟାକୁ ଏକାଠି କରି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବା ଓ ଆଶୁ ସମାଧାନ କରିବାକୁ ଆଗେଇ ଆସିଛି । ସଙ୍ଗଠନର ଏପରି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଦେଖି ଜନ ସାଧାରଣଙ୍କ ମହଲରେ ବେଶି ଖୁସି ଏବଂ ପ୍ରଶଂସା ଦେଖିବାକୁ ମିଳୁଛି । ଆଜି ମଣ୍ଡାକିଆ ଗ୍ରାମପଞ୍ଚାୟତର ଅନେକ ଲୋକ ନିଜ ବ୍ୟକ୍ତିଗତ ସମସ୍ୟା ଗୁଡ଼ିକ ଯଥା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ୧୯ ଜଣଙ୍କୁ ସାମିଲ କରିବା,୫ଜଣଙ୍କୁ ନୂତନ ଶୌଚାଳୟ,୨୮ ଗୋଟି ଆର୍ଦ୍ଧ ନିର୍ମିତ ଶୌଚାଳୟ ସମ୍ପୂର୍ଣ୍ଣ କରିବା,୫ ଗୋଟି ଅନ୍ତର୍ଦୟ କାର୍ଡ ଦେବା, କାଳିଆ ଯୋଜନାରେ ୬ ଯୋଜନାକୁ ସାମିଲ କରିବା, ୨୫ ଜଣଙ୍କ ଖାଉଟି କାର୍ଡରେ ନାମକୁ ସଂଯୋଗ କରିବା,ଜଣକୁ ବାର୍ଦ୍ଧକ୍ୟ ଭତ୍ତା,୨ଜଣଙ୍କୁ ବିଧବା ଭତ୍ତା ପ୍ରଦାନ କରିବା ନିମିତ୍ତ ଏକ ଦରଖାସ୍ତ ଲୋକଙ୍କ ବ୍ୟକ୍ତିଗତହିତ ନିମନ୍ତେ ଓ ସାମୁହିକ ଭାବରେ ପାଂଗାନାଯୁ,ବରପାଲି ଉପରସାହି,ଆମ୍ବେଦକର ସାହି,ବରପାଲି ସ୍କୁଲ୍‌ ସାହି, ଅଡୁନାଯୁ, ମଣ୍ଡାକିଆ ଛକ ଇତ୍ୟାଦି ୭ ଗୋଟି ଗ୍ରାମରେ ନଳକୂପ ଖନନ ଏବଂ ପାଙ୍ଗାନାକୁ ଓ ଟାଙ୍କି ସାହିରେ ସୋଲାର ଯୋଗେ ପାଣିଟାଙ୍କି, ଗୋଣ୍ଡାସୁଗା ଠାରୁ ବରପାଲି ଗ୍ରାମ ପର୍ଯ୍ୟନ୍ତ ରାସ୍ତା ମରାମତି ନିମନ୍ତେ ସଂଗଠନ ପକ୍ଷରୁ ମଣ୍ଡାକିଆ ସରପଞ୍ଚ ଜଳନ୍ଧର ପ୍ରଧାନଙ୍କୁ ଦରଖାସ୍ତ ଦେଇ ଦୃଢ଼ାରୁପେ ନିବେଦନ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଘୁ. ଉଦୟଗିରି ଏବଂ ରାଇକିଆ ବ୍ଲକ ସଞ୍ଜଜିକା ସସ୍ମିତା ମଲ୍ଲିକ ସହଯୋଗ କରିଥିଲେ ଓ ଜନସାଥି ଭଉଣୀ ପ୍ରୋମଦା ନାୟକ,ଶାନ୍ତିଲତା ନାୟକ, ସାରଳା ପ୍ରଧାନ, ରିତାରାଣୀ ପ୍ରଧାନ, ମାମୁନି ପ୍ରଧାନ ଏବଂ ଘୁ. ଉଦୟଗିରି ଜନସାଥି ମମତା ମଲ୍ଲିକ, ଗୌରୀ ପ୍ରଧାନ ସହିତ ମହିଳା ଜୀଜିକା ସୁରକ୍ଷା ମଞ୍ଚ ରାଇକିଆ ବ୍ଲକ ବାକିଙ୍ଗିଆ (ପାଙ୍ଗାନାଜୁ) ଗାଁ କମିଟି ସଭାନେତ୍ରୀ ବନିତା ପ୍ରଧାନ, ସମ୍ପାଦିକା ରୁଚିତା ପ୍ରଧାନ ସଂଗଠନ ସଭ୍ୟା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × 3 =