ଦିବ୍ୟାଙ୍ଗ ସରକାରୀ ଶିକ୍ଷକଙ୍କୁ ଗାଁରେ ବାସନ୍ଦ ଅଭିଯୋଗ

0 159

ଗଞ୍ଜାମ :ପୁରୁଷୋତ୍ତମପୁର ପୋଇରାସି ପଞ୍ଚାୟତ ତାରିଣୀପଲି ଗାଁରେ ବାସ କରି ରହିଥିବା ଦିବ୍ୟାଙ୍ଗ ସରକାରୀ ସ୍କୁଲ ଶିକ୍ଷକ ଏବଂ ଜନଜାତି ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଗାଁରେ ମାନସିକ, ଆର୍ଥିକ ନିର୍ଯାତନା ସହିତ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି ।
ଜଣେ ଦିବ୍ୟାଙ୍ଗ ସରକାରୀ ଶିକ୍ଷକ ରବୀନ୍ଦ୍ର କୁମାର ସେଠୀ ନିକଟସ୍ଥ ବଡ଼ଚକଡା ଗାଁରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ । ତେବେ ତାରିଣୀପଲି ଗାଁରେ ରାସ୍ତାରେ ଫେବର ପ୍ଲେଟ ପଡୁ ଥିବାରୁ କାମ ନେଇଥିବା ସେହି ଗାଁର ସଭାପତି ମୋହନ ମହାପାତ୍ର ରାସ୍ତା ଉପରେ ଆକ୍ରୋଶମୂଳକ ଭାବେ ରବୀନ୍ଦ୍ରଙ୍କ ଦୁଆର ସମ୍ମୁଖରେ ବାଲି ଢାଳି ଥିଲେ, ଯାହାର ସିସି ଟିଭି ଫୁଟେଜ ରହିଛି । ଏହା ଉପରେ ରବୀନ୍ଦ୍ର ଟ୍ରାକ୍ଟର ଡ୍ରାଇଭର, ଗାଁ ସଭାପତିଙ୍କୁ ବାଲି ବାହାର କରିବା ପାଇଁ କହିଥିଲେ, ହେଲେ ମଧ୍ୟ ସେମାନେ କୌଣସି ଗୁରୁତ୍ୱ ଦେଇନଥିଲେ । ଯାହା ଫଳରେ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ତାଙ୍କ ଭିନ୍ନକ୍ଷମ ଗାଡି ବାହାର କରି ସ୍କୁଲ ଯିବାକୁ ଅସୁବିଧା ହେବାରୁ ସେ ପୁଣି ଗାଁ ଲୋକଙ୍କୁ କହିଥିଲେ । ତେବେ ଏଥିରେ କିଛି ସୁଫଳ ନମିଳିବାରୁ ସେ ବାଧ୍ୟ ହୋଇ ରମ୍ଭା ଥାନାର ଆଶ୍ରୟ ନେଇଥିଲେ ଏବଂ ପୁଲିସ ଉପସ୍ଥିତିରେ ବାଲି ବାହାର କରାଯାଇଥିଲା । ରବୀନ୍ଦ୍ର ସ୍କୁଲକୁ ଯିବା ଆସିବା କରିଥିଲେ । କିନ୍ତୁ କଥା ଏତିକିରେ ସରିନଥିଲା । କିଛି ଦିନ ପରେ ଗାଁରେ ଏକ ବୈଠକ ଡକାଯାଇଥିଲା ଓ ଶିକ୍ଷକଙ୍କୁ ସେଠାକୁ ଡ଼ାକି ଗାଁର ଲୋକମାନେ ଥାନାକୁ ଯାଇ ଖର୍ଚ୍ଚାନ୍ତ ହୋଇଥିବାରୁ ରବୀନ୍ଦ୍ରଙ୍କୁ ୨୦ ହଜାର ଟଙ୍କାର ଜରିମାନା କରାଯାଇଥିଲା । ଯାହାକୁ ଦେବାପାଇଁ ଅସମର୍ଥ ପ୍ରକାଶ କରି ସେ ସେହି ବୈଠକରୁ ଉଠି ଆସିଥିଲେ । ଏହାପରେ ତାଙ୍କ ଉପରେ ଗାଁର ବାସନ୍ଦ ମୋହର ଲଗାଯାଇଥିଲା । ନିଆଁ, ପାଣି, ବନ୍ଧୁ ବାନ୍ଧବ, ଭୋଜି, ଭାତ ଦୋକାନ ସଉଦା ଉପରେ ସବୁ କଟକଣା ଲଗାଯାଇଥିଲା । ଏହି କଥାରେ ବ୍ୟତିବ୍ୟସ୍ତ ରବୀନ୍ଦ୍ର ଗଞ୍ଜାମ ଜିଲ୍ଲପାଳ, ଛତ୍ରପୁର ଏସପି, ମନବାଧିକାର କମିଶନ, ମୁଖ୍ୟ ସଚିବ ଏବଂ ଜନଜାତି କମିଶନରଙ୍କୁ ଚିଠି ଦେଇଥିଲେ । ପୋଲିସ ବିଭାଗ ରବୀନ୍ଦ୍ରଙ୍କୁ ସହଯୋଗ କରି ଅପରପକ୍ଷକୁ ଏହିସବୁ ନକରିବା ପାଇଁ ତାଗିଦ କରିଥିଲେ ମଧ୍ୟ, ଅର୍ଥ ପିପାସୁ ବ୍ୟକ୍ତିମାନେ ସେହି ବାସନ୍ଦ ପ୍ରଥାକୁ ଜାବୁଡି ଧରି ଗାଁରେ ଅରାଜକତା ସୃଷ୍ଟି କରୁଥିବାର ଅଭିଯୋଗ ହୋଇଛି । ଏ ସଂପର୍କରେ ଦିବ୍ୟାଙ୍ଗ ଶିକ୍ଷକ ଓ ତାଙ୍କ ପରିବାର ଲୋକ କହିଛନ୍ତି ଯେ, ଯଦି ଏହାର ସମାଧାନ ନହୁଏ ଆମେ ବାଧ୍ୟ ହୋଇ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିବୁ । ଏ ସଂପର୍କରେ ଗାଁ ସଭାପତି ମୋହନ ପାତ୍ର କହିଛନ୍ତି ଏହା ଏକ ସ୍ୱତ ପ୍ରବୃତ ଭାବେ ମିଛ ଓ ଆମ୍ଭମାନଙ୍କୁ ବଦନାମ କରିବା ପାଇଁ ରବୀନ୍ଦ୍ରର ଏହା ଏକ ଚାଲ ବୋଲି କହିଥିଲେ । ବର୍ତ୍ତମାନ କୌଣସି କଟକଣା ନାହିଁ କିମ୍ବା ଆଗରୁ ମଧ୍ୟ କରାଯାଇ ନଥିଲା ଏବେ ଆମେ ସମସ୍ତେ ଏକାଠି ଅଛୁ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

two × 4 =