ଜି. ଏମ. ୟୁନିଭରସିଟିର ପି.ଜି. ପରୀକ୍ଷାରେ ବୌଦ୍ଧର ଶାନ୍ତିଲତା ଟପର୍

0 2,209

hiring

ବୌଦ୍ଧ,୨୩/୧୦ – ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସଦ୍ୟ ପ୍ରକାଶିତ ପି.ଜି. ପରୀକ୍ଷାରେ ବୌଦ୍ଧ ଜିଲ୍ଲାର ଶାନ୍ତିଲତା ସାହୁ ପଲିଟିକାଲ ସାଇନ୍ସ ବିଭାଗରେ ଟପର ହୋଇଥିବା ଜଣାପଡିଛି l କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ପଦରପଡା ଗ୍ରାମର ଶାନ୍ତିଲତା 71. 80 % ନମ୍ବର୍ ରଖି ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି l ଅବସରପ୍ରାପ୍ତ ଶିକ୍ଷକ ସରୋଜ କୁମାର୍ ସାହୁ ଓ ସୁ ଗୃହିଣୀ ଶ୍ରୀମତୀ ଉମାକାନ୍ତୀ ସାହୁଙ୍କ ଝିଅ ଶାନ୍ତିଲତା ହାଇସ୍କୁଲ ଶିକ୍ଷା ବିଲାସପୁର ସ୍ଥିତ ଜନତା ଉଚ୍ଚ ବିଦ୍ୟାଳୟରେ ଗ୍ରହଣ କରିଥିଲେ | +2 ପଢିଥିଲେ ଉଲୁଣ୍ଡା ପଂଚାୟତ କଲେଜରେ l ବଲାଙ୍ଗୀର ମହିଳା ମହା ବିଦ୍ୟାଳୟ ରେ +3 ପାସ୍ କରିବା ପରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ରାଜନୀତି ବିଗ୍ୟlନରେ ପି. ଜି. କରୁଥିଲେ | ତାଂକର ଏ ସଫଳତାରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l

hiranchal ad1
Leave A Reply

Your email address will not be published.

7 − five =