ସରକାର କା ମାଲ୍ ଦରିଆମେ ଡାଲ୍ : ବିଘଟନ ଅବସ୍ଥାରେ ଜୈବ ବିଘଟକ ଆବର୍ଜନା କୁଣ୍ଡ

0 623

ବୌଦ୍ଧ : ପରିବେଶକୁ ସଫସୁତୁରା ରଖିବା ପାଇଁ ସରକାର ସ୍ୱଚ୍ଛ ଭାରତ ଯୋଜନା କରିଛନ୍ତି । ବାହାରୁଥିବା ଆବର୍ଜନାଗୁଡିକୁ ଜୈବିକ ପଦ୍ଧତିରେ ବିଘଟନ କରିବା ପାଇଁ ସରକାର ଲକ୍ଷଲକ୍ଷ ଟଙ୍କା ରାଜକୋଷରୁ ଖର୍ଚ୍ଚ କରୁଛନ୍ତି । ମାତ୍ର ପରିଚାଳନାଗତ ଅବ୍ୟବସ୍ଥା ଓ ଦୁର୍ନୀତି ଯୋଗୁଁ ତାହାର ସୁଫଳ ମିଳିପାରୁନାହିଁ ଲୋକଙ୍କୁ ।
ସରକାର୍ କା ମାଲ୍ ଦରିଆ ମେ ଡାଲ୍ ଏକ ଉକ୍ତି ଅଛି । ଏହି ଉକ୍ତିର ସତ୍ୟତା କେତେ ତାହା ଦେଖିବାକୁ ହେଲେ ଆମକୁ ଯିବାକୁ ପଡିବ କଣ୍ଟାମାଲ ବ୍ଲକ ଯୋଗିନ୍ଦ୍ରପୁର ଗ୍ରାମପଞ୍ଚାୟତର ସଦର ମହକୁମା ଯୋଗିନ୍ଦ୍ରପୁର ଗ୍ରାମକୁ । ଜିଲ୍ଲା ଜଳ ଓ ପରିମଳ ମିଶନ, ବୌଦ୍ଧ ସୌଜନ୍ୟରେ ଏଠାରେ ନିର୍ମାଣ କରାଯାଇଛି ଗୋଟିଏ ଜୈବ ବିଘଟନ ଆବର୍ଜନ କୁଣ୍ଡା । ଏହା ୨୦୧୯-୨୦ ବର୍ଷରେ ନିର୍ମାଣ କରାଯାଇଛି । ଏହା ମଧ୍ୟରେ ରହିଛି ୩ଟି କୁଣ୍ଡ । ଗ୍ରାମରେ ବାହାରୁଥିବା ବିଭିନ୍ନ ପ୍ରକାର ଆବର୍ଜନାକୁ ବିଭକ୍ତିକରଣ କରାଯଆଇ ଅଲଗା ଅଲଗା କୁଣ୍ଡରେ ତାହାର ବିଘଟନ କରାଯିବା ପାଇଁ ବ୍ୟବସ୍ଥା ରହିଛି ।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ କୁଣ୍ଡଟି ନିର୍ମାଣ ହେବା ପରେ ଥରେ ମଧ୍ୟ ଆବର୍ଜନା ବିଘଟନ କରାଯାଇନାହିଁ । ଆବର୍ଜନା କୁଣ୍ଡର ଟିଣ ଛପର ଛାତ ଭାଙ୍ଗିଯାଇ ଛପର ହୋଇଥିବା ଟିଣଗୁଡିକ ତଳକୁଓହଳି ବିପଦଜନକ ଅବସ୍ଥାରେ ରହିଛି । ଗ୍ରାମପଞ୍ଚାୟତ ଏହାର ଆବଶ୍ୟକ ରକ୍ଷଣାବେକ୍ଷଣ ଓ ବ୍ୟବହାର ପ୍ରତି ଆଦୌ ଧ୍ୟାନ ଦେଉନଥିବା ଦେଖିଲେ ମନେହୁଏ । ଏଭଳି ଜାରି ରହିଲେ ଆଗାମୀ ବର୍ଷେ ଓ ଦୁଇବର୍ଷ ମଧ୍ୟରେ ଆବର୍ଜନା କୁଣ୍ଡ ନିଜେ ହିଁ ଆବର୍ଜନାରେ ପରିଣତ ହୋଇଯିବ ଏହା ନିଃସନ୍ଦେହ । ଏ ଦିଗରେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 − two =