କରୋନା ନେଲା ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ଜୀବନ

0 169

କୋଲକାତା : ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ କରୋନାରେ ଆଜି ମୃତ୍ୟୁ ଘଟିଛି । ସେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ କିଛିଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ, ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଅଧିକ ଖରାପ ହୋଇଯାଇଥିଲା । ଡାକ୍ତରଙ୍କ ଅନେକ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନଥିଲା । ସୂଚନାଅନୁସାରେ, ସ୍ୱାସ୍ଥ୍ୟକର୍ମୀ ସମ୍ପର୍କିତ ଏହା ପଶ୍ଚିମବଙ୍ଗରେ ପ୍ରଥମ ମୃତ୍ୟୁ ବୋଲି ଜଣାପଡ଼ିଛି । ଡଃ ବିପ୍ଳବକାନ୍ତି ଦାସଗୁପ୍ତାଙ୍କ ପତ୍ନୀଙ୍କର ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ସେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବିପ୍ଳବକାନ୍ତି ଦାସଗୁପ୍ତାଙ୍କ ମୃତ୍ୟୁ ପରେ ପଶ୍ଚିମବଙ୍ଗର ଡାକ୍ତର ସଂଗଠନ କହିଛି ଯେ, କରୋନା ଚିକିତ୍ସା ପାଇଁ ରାଜ୍ୟରେ ସମ୍ବଳ ଅଭାବ ରହିଛି । ଡାକ୍ତର ଫୋରକ୍ କହିଛି ଯେ, ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବା ଉଚିତ୍ ।

hiranchal ad1
Leave A Reply

Your email address will not be published.

sixteen + 2 =