ଅନୁପ୍ରବେଶ ଅପେକ୍ଷାରେ ୩୦୦ ସନ୍ତ୍ରାସବାଦୀ

0 136

ଶ୍ରୀନଗର : ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ପାକିସ୍ତାନ କିନ୍ତୁ ତା\’ର ଆତଙ୍କବାଦୀ କାର୍ଯ୍ୟକଳାପକୁ ଆହୁରି ବ୍ୟାପକ ଓ ଶକ୍ତିଶାଳୀ କରିବାରେ ଲାଗିପଡ଼ିଛି । ବିଶେଷ କରି ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏହା କାଶ୍ମୀର ଭିତରକୁ ଅସଂଖ୍ୟ ଆତଙ୍କବାଦୀଙ୍କୁ ଛାଡ଼ିବା ଲାଗି ଯୋଜନା କରୁଛି । ସେନା ସୂତ୍ର ଅନୁଯାୟୀ ପାକ୍ ଅଧିକୃତ କାଶ୍ୱୀର ସୀମାରେ ଏବେ ପାଖାପାଖି ୩୦୦ ସନ୍ତ୍ରାସବାଦୀ ଭାରତରେ ଅନୁପ୍ରବେଶ କରିବା ପାଇଁ ଠୁଳ ହୋଇଛନ୍ତି । ଏଭଳି ସୂଚନା ପାଇବା ପରେ ଭାରତୀୟ ସେନା ସମ୍ଭାବ୍ୟ ଅନୁପ୍ରବେଶକୁ ରୋକିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଲେଫ୍ଟନାଣ୍ଟ ଜେନେରାଲ୍ ବିଏସ୍ ରାଜୁ ଏହି ସୂଚନା ଦେଇ କହିଛନ୍ତି ଯେ, ନିୟନ୍ତ୍ରଣ ରେଖାରେ ପାଟ୍ରୋଲିଂ ବେଳେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ଯବାନ୍‌ମାନଙ୍କୁ କୁହାଯାଇଛି । ପାକିସ୍ତାନ ବର୍ତ୍ତମାନ କରୋନା ଆକ୍ରାନ୍ତ ଆତଙ୍କବାଦୀମାନଙ୍କୁ କାଶ୍ମୀର ଭିତରକୁ ଛାଡ଼ି ଭାରତର ସମସ୍ୟା ବଢ଼ାଇବାକୁ ଯୋଜନା କରୁଛି । ଏ ଦୃଷ୍ଟିରୁ ସୀମାନ୍ତରେ ଅଧିକ ସତର୍କ ରହିବାକୁ ପଡିବ । ଯେଉଁ ତିନିଶହ ଜଣ ସନ୍ତ୍ରାସବାଦୀ ଅନୁପ୍ରବେଶ ପାଇଁ ଠୁଳ ହୋଇଛନ୍ତି, ସେମାନଙ୍କ ମଧ୍ୟରେ କରୋନା ଆକ୍ରାନ୍ତ ମଧ୍ୟ ଥାଇ ପାରନ୍ତି । ସେନାର ଗୁଇନ୍ଦା ୟୁନିଟ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ହିଜବୁଲ୍ ମୁଜାହିଦ୍ଦିନ୍ ଓ ଲସ୍କର-ଏ-ତୋଏବା ଭଳି ପ୍ରମୁଖ ସନ୍ତ୍ରାସବାଦୀ ଗୋଷ୍‌ଠୀଗୁଡ଼ିକର ୩୦୦ ସଦସ୍ୟ କାଶ୍ମୀ ଉପତ୍ୟକାରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ସେମାନେ ଯେକୌଣସି ସମୟରେ ଅନୁପ୍ରବେଶ କରିପାରନ୍ତି । ଏବେ ଭାରତ କରୋନା ପରିସ୍ଥିତିର ମୁକାବିଲା ନେଇ ବ୍ୟସ୍ତ ଥିବାରୁ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଏହାର ସୁଯୋଗ ନେବାକୁ ଉଦ୍ୟମ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

19 − 14 =