ନୂତନ ବୁଢିମା ମନ୍ଦିର ନିର୍ମାଣ କମିଟିର ବୈଠକ

0 65

ସୁବର୍ଣ୍ଣପୁର : ଗତକାଲି ସ୍ଥାନୀୟ ଢେରାପଡା ସ୍ଥିତ ବୁଢିମା କ୍ଲବ ପରିସରରେ ନୂତନ ବୁଢିମା ମନ୍ଦିର ନିର୍ମାଣ କମିଟିର ସଭାପତି କେ. ସହଦେବ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ପଡାର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ଅଗ୍ରଗତି ପଥରେ ଥିବା ନୂତନ ବୁଢିମା ମନ୍ଦିରର ନିର୍ମାଣ କାମ ପାଇଁ ଅଟକଳ ରଖାଯାଇଥିବା ୫୦ ଲକ୍ଷ ଟଙ୍କାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟୟ ହୋଇଥିବା ସମସ୍ତ ଆୟବ୍ୟୟର ବିବରଣୀ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ପାଠ କରିବା ପରେ ଉପସ୍ଥିତ ସମସ୍ତେ ଅବଶିଷ୍ଟ କାମ ପାଇଁ ସମ୍ମତି ଜଣାଇଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରକାଶ ଯୋଗ୍ୟଯେ ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଢାଞ୍ଚାରେ ନିର୍ମାଣ ହେବାକୁଥିବା ବୁଢିମାଙ୍କର ଏହି ଭବ୍ୟମନ୍ଦିର ନୟାଗଡ଼ର କାରିଗରମାନଙ୍କୁ ନେଇ ଆରମ୍ଭ ହୋଇଥିବା ବେଳେ କାମ ସଂପୂର୍ଣ୍ଣ ହେବାକୁ ଅନ୍ୟୁନ ୨ବର୍ଷ ଲାଗିବା ଆକଳନ କରାଯାଇଛି । ତେବେ କାମକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ସର୍ବସମ୍ମତ ମତପ୍ରକାଶ ପାଇଥିଲା । ଏହି ବୈଠକରେ ମନ୍ଦିର ପରିଚାଳନା ସଂପର୍କରେ ମଧ୍ୟ ଅନେକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ରାମକୁମାର ପାତ୍ର, ରାମଚନ୍ଦ୍ର ପାତ୍ର, ବ୍ରଜକିଶୋର ପାତ୍ର, କେ. ସହଦେବ ପାତ୍ର, ଶିବଭାଇ, ପି.ନରସିଂହ ରାଓ, ଇଗ୍‌ନେଶୁ ପାତ୍ର, ଜନ୍ମେଜୟ ପାତ୍ର, ଅକ୍ଷୟ ପାତ୍ର, ଶ୍ୟାମସୁନ୍ଦର ପାତ୍ର, ଅରକ୍ଷିତ ପାତ୍ର, ବି. ସତ୍ୟନାରାୟଣ ରାଓ, ସନ୍ତୋଷ ପାତ୍ର, ବି ସୁଦର୍ଶନ ପାତ୍ର, ଦିଲିପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × five =