ହତ୍ୟା ଓ ଲୁଟ ଘଟଣା : ଅଭିଯୁକ୍ତ ଗିରଫ ଦାବିରେ ବଙ୍ଗୁମୁଣ୍ଡା ବନ୍ଦ ସହ ଥାନା ଘେରାଓ

0 126

ଜଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା ବଙ୍ଗୁମୁଣ୍ଡା ଜମିଦାରପଡ଼ା କପଡା ବ୍ୟବସାୟୀ ବିନୋଦ ଜୈନଙ୍କ ପତ୍ନୀ ମଞ୍ଜୁଲତା ଜୈନଙ୍କ ହତ୍ୟା ଓ ଭଉଣୀ କାନକୁମାରୀ ଜୈନକୁ ଗୁରୁତର ଆହତ କରି ଦୁର୍ବୃତ୍ତ ଲୁଟ କରି ଫେରାର ମାରିଥିଲେ । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା ଓ ଅଭିଯୁକ୍ତ ଗିରଫ ଦାବି ହୋଇଥିଲା । ଘଟଣାର ୫ ଦିନ ପରେ ବି ପୋଲିସ ବିଭାଗଙ୍କ ହାତ ଖାଲି ଓ ଅଭିଯୁକ୍ତକୁ ଧରିବାରେ ସଫଳ ନ ହୋଇଥିବାରୁ ପ୍ରତିବାଦ ସ୍ୱରୂପ ଆଜି ବଙ୍ଗୁମୁଣ୍ଡା ସମୁର୍ଣ୍ଣ ବନ୍ଦ ସହ ଥାନା ଘେରାଓ କରାଯାଇଥିଲା । ଜନବସ୍ତି ସ୍ଥାନରେ ଘଟିଥିବା ଘଟଣାର ୫ଦିନ ପରେ ବି ଅଭିଯୁକ୍ତ ଗିରଫ କରିପାରିନଥିବା ପୁଲିସ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରତିବାଦ ସ୍ୱରୂପ ଆଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସହ ଓକିଲ ସଙ୍ଘ, ବ୍ୟବସାୟୀ ସଙ୍ଘ, ଡ୍ରାଇଭର ସଙ୍ଘ, ମାରୱାଡି ଯୁବା ମଞ୍ଚ, ଅଗ୍ରୱାଲ ସଭା ଏବଂ ଜନସାଧରଣଙ୍କ ଦ୍ୱାରା ଗୋଳାଇ ଛକରୁ ରାଲି ବାହାରି ଥାନା ଘେରାଓ କରାଯାଇଥିଲା । ଉକ୍ତ ଘଟଣାରେ ସାମିଲ ଥିବା ଅଭିଯୁକ୍ତକୁ ଗିରଫ କରିବା ସହ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ନିମନ୍ତେ ଥାନା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀକୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × 2 =