ଅଧିକ ଗେଟ୍‌ ଖୋଲିବାରୁ ମହାନଦୀ ଜଳସ୍ତର ବୃଦ୍ଧି: ଚିନ୍ତା ବଢ଼ାଉଛି ତୁହାକୁ ତୁହା ବର୍ଷା

0 147

ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରର ୨୮ଟି ଖୋଲି ନିଷ୍କାସନ ଫଳରେ ଆଜି ମଧ୍ୟାହ୍ନ ସୁଦ୍ଧା ମହାନଦୀରେ ପ୍ରାୟ ୪.୮ ଲକ୍ଷ ଘନଫୁଟ ପ୍ରତି ସେକେଣ୍ଡ ବନ୍ୟାଜଳ ପ୍ରବାହିତ ହେଉ ଥିଲା ଓ ଏଥି ଯୋଗୁଁ ଏଠାକାର ଅନେକ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ସେହି ସମୟରେ ଜଳଭଣ୍ଡାର ଭିତରକୁ ୫.୨ରୁ ଊର୍ଦ୍ଧ୍ୱ ଘନଫୁଟ ପ୍ରତି ସେକେଣ୍ଡ ଦରରେ ବନ୍ୟାଜଳ ପ୍ରବେଶ କରୁଥିଲା, ଏଣୁ ସେଠାକାର ଜଳସ୍ତର ନିରନ୍ତର ବଢ଼ି ଚାଲିଛି ।

hiring

ପୁଣି ସେତେବେଳେ ସେଠାକାର ଜଳସ୍ତର ୬୨୮.୬୫ ଫୁଟ ରହିଥିଲା, ଯାହାକି ସର୍ବୋଚ୍ଚ଼ ଧାର୍ଯ୍ୟ ଜଳସ୍ତର ୬୩୦ ଫୁଟରୁ ମାତ୍ର ୧.୩୫ ଫୁଟ ତଳେ ରହିଥିଲା, ଏଣୁ ସେଠାରେ ଆଉ ଅଧିକ ଜଳଧାରଣ କ୍ଷମତା ରହୁନାହିଁ । ଏହି ପରିପ୍ରେକ୍ଷୀରେ ଅତିଶୀଘ୍ର ଆଉ ଅଧିକ ବନ୍ୟାଜଳ ନିଷ୍କାସନ ପାଇଁ କର୍ତ୍ତୃପକ୍ଷଙ୍କୁ ନିଷ୍ପତ୍ତି ନେବାକୁ ପଡିବ । ଅନ୍ୟପଟେ ମଧ୍ୟାହ୍ନ ପରଠାରୁ ଲାଗି ରହିଥିବା ତୁହାକୁ ତୁହା ବର୍ଷା ଲୋକଙ୍କ ଚିନ୍ତା ବଢ଼ାଉଛି, କାରଣ ବର୍ତ୍ତମାନ ପରିସ୍ଥିତିରେ ନଗରୀୟ ଅଞ୍ଚଳରୁ ବୁନ୍ଦାଏ ସୁଦ୍ଧା ଜଳ ନିଷ୍କାସନ ସମ୍ଭବ ନୁହେଁ । ଏଣୁ ସମସ୍ତ ତଳିଆ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥାରେ ଫସିରହିଥିବା ଲୋକେ ଆତଙ୍କିତ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 5 =