୧୭ବର୍ଷର ଝିଅ ହେଲେ ଗର୍ଭବତୀ, ୟୁଟ୍ୟୁବ ଦେଖି ଜନ୍ମ କଲେ ପିଲା

0 143

ତିରୁବନନ୍ତପୁରମ : କେରଳର ମଲାପ୍ପୁରମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାକାର ଜଣେ ୧୭ ବର୍ଷିୟ ଯୁବତୀ ପ୍ରେମିକଙ୍କ ସହ ଶାରୀରିକ ସଂପର୍କ ରଖି ଗର୍ଭବତୀ ହୋଇଥିଲେ । ଗର୍ଭ ଯନ୍ତ୍ରଣା ହେବାରୁ ସେ ନିଜେ ୟୁଟ୍ୟୁବ ଦେଖି ନିଜର ପ୍ରସବ କରାଇଛନ୍ତି । ପରିବାର ଲୋକଙ୍କ ଏହାର କୌଣସି ସୁରାକ ମିଳିନଥିଲା । ପୁଲିସ ଏ ବିଷୟରେ ବୁଧବାର ସୂଚନା ଦେଇଛି । ଅଭିଯୁକ୍ତ ପ୍ରେମିକଙ୍କ ବିରୁଦ୍ଧରେ ପୋକ୍ସ ଆକ୍ଟ ଅଧିନରେ ଏକ ମାମଲା ରୁଜୁ କରୁଛି ପୁଲିସ ଓ ମଞ୍ଜେରିର ରାଜକୀୟ ମେଡିକାଲ କଲେଜ ଓ ହସ୍ପିଟାଲରେ ଉଭୟ ମା ଓ ପିଲାକୁ ଭର୍ତ୍ତି କରିଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏହି ପିଲାର ଦେଖାଶୁଣା ଅଭିଯୁକ୍ତ ପରିବାର କରୁଛନ୍ତି । କିନ୍ତୁ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି କାରଣ ଝିଅର ବୟସ ୧୭ ବର୍ଷ ହୋଇଛି । ସେ ଏବେ ନାବାଳିକା । ଯୁବକଙ୍କୁ ପୋକ୍ସ ଆକ୍ଟ ଓ ଆଇପିସି ଧାରା-୩୭୬(ଦୁଷ୍କର୍ମ) ଅଧିନରେ ଗିରଫ କରାଯାଇଛି ।
ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲା ଜିଲ୍ଲାର କୋଟ୍ଟାକଳ ପୁଲିସ ଥାନା ଅଧିନରେ ଘଟିଛି । ପୁଲିସ କହିଛି ଯେ, ଝିଅ ଜଣକ ୨୦ ଅକ୍ଟୋବରରେ ନିଜ ଘରେ ୟୁଟ୍ୟୁବ ଦେଖି ପିଲାକୁ ଜନ୍ମ ଦେଇଥିଲେ ଓ ତାହାର ଗର୍ଭନାଳ କାଟିଥିଲା । ପ୍ରାଥମିକ ଯାଞ୍ଚ ପରେ ପୁଲିସ କହିଛି ଯେ, ଏଥିରେ ଝିଅ ଜଣକ ଆଉ କାହାର ସାହାଯ୍ୟ ନେଇନଥିଲେ । ଝିଅର ପିତାମାତା ଦୃଷ୍ଟିହୀନ ଥିବାରୁ ସେମାନେ ଏ ବିଷୟରେ କିଛି ଜାଣିପାରିନଥିଲେ । ଯେତେବେଳେ ପିଲାଟି କାନ୍ଦିଥିଲା ତା ପରେ ଯାଏ ସେମାନେ ଏ ସଂପର୍କରେ ଜାଣିବାକୁ ପାଇଥିଲେ । ଝିଅ ଜଣକ ଯୁକ୍ତଦୁଇ କଲେଜରେ ପଢୁଛନ୍ତି । ଯୁବତୀ ଓ ୨୧ ବର୍ଷିୟ ଯୁବକଙ୍କ ମଧ୍ୟରେ ବହୁ ଦିନ ଆଗରୁ ପ୍ରେମ ସଂପର୍କ ରହିଛି । ଯୁବତୀଙ୍କୁ ୧୮ ବର୍ଷ ହେବା ପରେ ସେମାନ ବିବାହ କରିବାକୁ ଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

twenty + eight =