ଏକତା ପାଇଁ ସର୍ବଭାରତୀୟ ବିଞ୍ଝାଲ ସମାଜ ଖପ୍ରାଖୋଲ ବ୍ଳକ ସଂକଳ୍ପବଦ୍ଧ

0 107

ପାଟଣାଗଡ : ସର୍ବଭାରତୀୟ ବିଞ୍ଝାଲ ସମାଜ ଖପ୍ରାଖୋଲ ବ୍ଳକର ଦୁଇଟି ଭିନ୍ନ ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦର ଅବସାନ ଘଟିଛି । ଆଗକୁ ସମସ୍ତେ ଏକାଠି ହୋଇ ସମାଜକୁ ମଜଭୁତ କରିବା ପାଇଁ ଖପ୍ରାଖୋଲ ଥାନା ପରିସରରେ ସଂକଳ୍ପ ନେଇଛନ୍ତି ଉଭୟ ଗୋଷ୍ଠୀ ସଦସ୍ୟ । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ବ୍ଳକ କମିଟି ଗଠନ ଓ ସାମାଜିକ ପରିଚାଳନାରେ ଦୁଇଟି ବ୍ଳକ କମିଟି ହେତୁ ସାମାଜିକ ବୈଠକ ସଭାକୁ ନେଇ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବରେ ପରିଚାଳିତ ହେଉଥିବା ବେଳେ ଟଣାଓଟରା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପାରମ୍ପରିକ ପର୍ବ ପର୍ବାଣୀ ହରିଶଙ୍କର ପୀଠ ସ୍ଥିତ ମାଁ ବିନ୍ଧ୍ୟ ବାସିନୀଙ୍କ ମନ୍ଦିରରେ ଶାରଦୀୟ ଦୁର୍ଗାପୂଜାରେ ପରମ୍ପରା ରୀତିନୀତି ଅନୁସାରେ ବଳି ଭୋଗକୁ ନେଇ ପ୍ରତିଦ୍ୱନ୍ଦ୍ୱିତା କମିଟି ପକ୍ଷରୁ ଥାନା ରେ କେଶ୍‌ ଦାଏର ହୋଇଥିଲା । ଏହାର ସମାଧାନ ପାଇଁ ବୁଧବାର ଖପ୍ରାଖୋଲ ଥାନା ଅଧିକାରୀଙ୍କ ଆନ୍ୟୁଗତ୍ୟର ସମାଜ ଏକତ୍ରିତ ବଜାୟ ରଖିବା ପାଇଁ ପରସ୍ପର ମଧ୍ୟରେ ସାମାଜିକ ସ୍ଥିତି ଏକତା ପାଇଁ ବୁଝାମଣା କରିଥିଲେ । ଶେଷରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ବଲାଙ୍ଗୀର ଜିଲ୍ଲା ସଭାପତି ତଥା ଉପଲାଟ ସଭାପତି ଚନ୍ଦ୍ରଶେଖରବାଗଙ୍କ ଉପସ୍ଥିତି ଓ ତାଙ୍କ ଅନୁରୋଧ କ୍ରମେରେ ଆଗାମୀ ଦିନରେ ଖପ୍ରାଖୋଲ ବ୍ଳକ ତଥା ବଲାଙ୍ଗୀର ଜିଲ୍ଲାର ସର୍ବ ଭାରତୀୟ ବିଞ୍ଝାଲ ସମାଜକୁ ସୁଦୃଢ ମଜଭୁତ, ଶିକ୍ଷା, ସାମାଜିକ ଅର୍ଥନୈତିକ ବିକାଶ ଏବଂ ଡିଜିଟାଲ ସମାଜ, ଶୃଙ୍ଖଳିତ ସମାଜ ଗଠନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଆଗାମୀ ଅଳ୍ପ କିଛି ଦିନ ମଧ୍ୟରେ ଏକ ସାମାଜିକ ସଭା କରି ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ବିଷୟରେ ଆଲୋଚନା କରି ସମାଧାନ କରି ଖପ୍ରାଖୋଲ ବ୍ଳକର ସର୍ବ ଭାରତୀୟ ବିଞ୍ଝାଲ ସମାଜ ପରିଚାଳିତ କରିବା ପୂର୍ବର ସମାଜ ପରିଚାଳିତ ଦିଗକୁ ନେଇ ଲାଗି ରହିଥିବା ମନୋମାଲିନ୍ୟକୁ ଦୂର କରିବାକୁ ସାମାଜିକ ବୈଠକ ଆଲୋଚନା ପର୍ଯ୍ୟାଲୋଚନା ସହ ଭୁଲ୍‌ ବୁଝାମଣା ସମାଧାନ ପାଇଁ ଖପ୍ରାଖୋଲ ବ୍ଳକର ଗୋଟିଏ ସାମାଜିକ ପରିଚାଳନାରେ ମିଳିମିଶି ପ୍ରତିଜ୍ଞାବଦ୍ଧ ଅଟନ୍ତି ବୋଲି ସମସ୍ତଙ୍କ ମଧ୍ୟରେ ମତପ୍ରକାଶ ପାଇଥିଲା । ସର୍ବ ଭାରତୀୟ ବିଞ୍ଝାଲ ସମାଜ ଆଗାମୀ ଦିନରେ ଖପ୍ରାଖୋଲର ସର୍ବ ଭାରତୀୟ ବିଞ୍ଝାଲ ସମାଜ ଗୋଟିଏ ପରିବାର ଭଳି ରହିବାକୁ ପରାମର୍ଶ ଦେଇଥିବାରୁ ସମାଜ ପକ୍ଷରୁ ଥାନା ଅଧିକାରୀ ସାୱନ କେରକେଟା ଓ ଜୟ ଶଙ୍କର ଆଚାର୍ଯ୍ୟଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସର୍ବ ଭାରତୀୟ ବିଞ୍ଝାଲ ସମାଜ ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ଜିଲ୍ଲା ଉପସଭାପତି ଅଜୁର୍ନ ବରିହା, ଚନ୍ଦ୍ରଶେଖର ବରିହା, କେଶବ ବରିହା, ବିପିନ ବରିହା, ଲୋଚନ ସିଂ ବରିହା, ଶଶିକାନ୍ତ ବରିହା, ବିବାନ ବରିହା, ପାଣ୍ଡବ ବରିହା, ରାଜ କୁମାର ବରିହା, ପାଣ୍ଡବ ବରିହା, ହୃଷୀକେଶ ବରିହା, ବିମଳ ବରିହା, ଶଶିକାନ୍ତ ବରିହା, ବିରଞ୍ଚି ବରିହା, ଗୋପାଳ ବରିହା, ଗୈାରୀଶଙ୍କର ବରିହା, ଗୋରେଖନାଥ ବରିହାଙ୍କ ସମେତ ସମାଜର କର୍ମକର୍ତ୍ତା ସଦସ୍ୟ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

thirteen − 3 =