ଶ୍ରୀ ମା’ ବୁଢୀ ଠାକୁରାଣୀ ମନ୍ଦିର ଓ ବୀର ବଜରଙ୍ଗ ମନ୍ଦିର କମିଟି ଗଠିତ

0 35

ନବରଙ୍ଗପୁର: ନବରଙ୍ଗପୁର ସଦର ମହକୁମା ଗାଦବାଗୁଡା ସାହି ସ୍ଥିତ ଶ୍ରୀମା ବୁଢୀ ଠାକୁରାଣୀ ମନ୍ଦିର ଓ ବୀର ବଜରଙ୍ଗ ମନ୍ଦିରର କମିଟି ଗଠନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଶ୍ରୀମା ବୁଢୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରବି ପ୍ରସାଦ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସାହିରେ ଥିବା ଦୁଇଟି ମନ୍ଦିରର ଉନ୍ନତି କରିବା ପାଇଁ ନିଷ୍ପତି ହୋଇଥିଲା । ଏଥିପାଇଁ ଦୁଇଟି ମନ୍ଦିର ନିମନ୍ତେ ଗୋଟିଏ କମିଟି କାର୍ଯ୍ୟ କରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଉପସ୍ଥିତ ଜନସାଧରଣଙ୍କ ମଧ୍ୟରୁ କମିଟିର କର୍ମକର୍ତ୍ତା ଚୟନ କରଯାଇଥିଲା । ସର୍ବସମ୍ମତି କ୍ରମେ କମିଟିର ସଭାପତି ରୂପେ ଭାସ୍କର ବାରିକ, ଉପ ସଭାପତି ରୂପେ ଉଦୟନାଥ ପାଣିଗ୍ରାହୀ, ସମ୍ପାଦକ ରୂପେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସହ ସମ୍ପାଦକ ମଧୁ ଗଦବା, କୋଷାଧ୍ୟକ୍ଷ ସୁନିଲ ଗନ୍ତାୟତ, ଉପଦେଷ୍ଟା ମଣ୍ଡଳୀରେ ପ୍ରେମ ଚାନ୍ଦ ପଟ୍ଟନାୟକ, ରଞ୍ଜନ ପଟ୍ଟନାୟକ, ରବି ପ୍ରସାଦ ଶତପଥି, ଦିବାକର ବାହୁକ, ଦ୍ୱରିକା ସାହୁ ଏବଂ ପରିଚାଳନା କମିଟିରେ ମଙ୍ଗୁଲୁ ବେଶରା, ଡମ୍ବୁରୁ ଗଦାବା, ହାଡିବନ୍ଧୁ ବେହେରା , କାହ୍ନୁ ଦାଶ , ଟୁନା ପାଢୀ, ମନୋଜ ତ୍ରିପାଠୀ, ନରେନ୍ଦ୍ର ରାୟ, ମାଗତୀ ପାଣିଗ୍ରାହୀ, କୃଷ୍ଣ ପଣ୍ଡା, ସ୍ୱାଧୀନ ପଣ୍ଡା, ପଦ୍ନନାଭ ସାହୁ , ସୁବାଷ ଜାନି, ଯୁଧିଷ୍ଟିର ଗୌଡ, ପ୍ରମୋଦ ଚର୍ଚ଼ି ,ଶରତ ଚନ୍ଦ୍ର ରଥ, ସନ୍ତୋଷ ସାହୁ ରହିଛନ୍ତି । ଏହି କମିଟି ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ ।

hiranchal ad1
Leave A Reply

Your email address will not be published.

ten + six =