ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀମାନଙ୍କୁ ନେଇ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବୈଠକ

0 81

ନବରଙ୍ଗପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଅବାଧ, ନିରପେକ୍ଷ, ଶାନ୍ତି, ଶୃଙ୍ଖଳାର ସହିତ ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗରଙ୍କ ନିୟମକୁ କଡାକଡି ଭାବରେ ପାଳନ କରି ନିର୍ବାଚନ ପ୍ରକ୍ରିୟାକୁ କରୋନା କଟକଣା ମଧ୍ୟରେ ସହଯୋଗ ପୂର୍ଣ୍ଣ ମନୋଭାବ ନେଇ ସୁଚାରରୂପେ ସମ୍ପାଦନା କରିବା ପାଇଁ ନବରଙ୍ଗପୁର ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ଥିବା ଜିଲ୍ଲାପରିଷଦ, ସମିତି ସଭ୍ୟ, ସରପଞ୍ଚ ପାର୍ଥୀଙ୍କୁ ନେଇ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ରାଜକିଶୋର ପଲେଇ ଯୋଗଦେଇ ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ପ୍ରାର୍ଥୀମାନେ କିପରି ତାଙ୍କର ଦୈ÷ନିନ୍ଦିନ ନିର୍ବାଚନ ଖର୍ଚ୍ଚ କରି ତାର ଖର୍ଚ୍ଚ ବିବରଣୀ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ଠାରୁ ପାଇଥିବା ନିର୍ଦ୍ଧିଷ୍ଟ ଖର୍ଚ୍ଚ ରେଜିଷ୍ଟରରେ ତାର ଟିକି ନିଖି ହିସାବ ଲେଖି ଆବଶ୍ୟକ ସ୍ଥଳେ ସୂଚନା ପ୍ରାପ୍ତ ପରେ ନିର୍ଦ୍ଧାରିତ ତାରିଖରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ପାଖରେ ଦାଖଲ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ପ୍ରାର୍ଥୀ କିପରି ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ନିର୍ବାଚନ ଖର୍ଚ୍ଚ କରିପାରିବେ ସେ ସଂପର୍କରେ ସୂଚନା ଦେଇଥିଲେ । ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର କରୋନା କଟକଣା ମଧ୍ୟରେ ଅବାଧ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ନିର୍ବାଚନ ଆୟୋଗ ଙ୍କ ନିୟମ ଅନୁଯାୟୀ ଜଣେ ଜିଲ୍ଲା ପରିଷଦ ପାର୍ଥୀ ପାଞ୍ଚ ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିପାରୁଥିବା ବେଳେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଦୁଇ ଲକ୍ଷ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ସେହିପରି ଜିଲ୍ଲାପରିଷଦ ପ୍ରାର୍ଥୀ ନିର୍ବାଚନ ପ୍ରଚାର ପାଇଁ ଦଶ ଗୋଟି ମୋଟର ସାଇକେଲ ଓ ଚାରିଗୋଟି ଚାରି ଚକିଆ ଗାଡ଼ି ବ୍ୟବହାର କରିପାରୁଥିବା ବେଳେ ସରପଞ୍ଚ ଓ ସମିତି ସଭ୍ୟ ପାର୍ଥିି ପାଞ୍ଚଟି ମୋଟର ସାଇକେଲ ଓ ଦୁଇ ଗୋଟି ଚାରିଚକିଆ ଗାଡି ନିଜର ନିର୍ବାଚନୀ ପ୍ରଚାର ପ୍ରସାରରେ ଲଗାଇ ପାରିବେ । ନିର୍ବାଚନୀ ଖର୍ଚ୍ଚ ସମନ୍ଧିୟ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ପଲେଇ ପ୍ରାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା କୋଷାଗାର ଅଧିକାରୀ ପ୍ରେମଚାନ୍ଦ ଦାସ, ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ୍‌, ନିର୍ବାଚନ ମଇଦାନରେ ଲଢୁଥିବା ସମସ୍ତ ପ୍ରାର୍ଥୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 × 3 =