ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ, ଥାନାରେ ଏତଲା

0 244

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ନକଲି ପରୀକ୍ଷାର୍ଥୀ ଚିହ୍ନଟ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟ ଗାର୍ଡ, ଅତିରିକ୍ତ ରେଭିନ୍ୟୁ ଅଫିସର, ଅମିନ, ଅବକାରୀ କନେଷ୍ଟବଳ ଭଳି ୪ଟି ବିଭାଗର ପରୀକ୍ଷା ଚାଲିଥିଲା । ସେହି ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଜଣେ ନକଲି ପରୀକ୍ଷାର୍ଥୀ ଠାବ ହୋଇଥିବା ଜଣାପଡ଼ିଛି । ନିଜ ସମ୍ପର୍କୀୟ ଭାଇଙ୍କ ପାଇଁ ଜଣେ ବି ଟେକ୍‌ ଛାତ୍ର ପରୀକ୍ଷା ଦେଉଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ହାତରେ ଧରାପଡ଼ିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳ ବିଭୁତି ନାୟକ ନାମକ ଜଣେ ଯୁବକ ନିଜ ସମ୍ପର୍କୀୟ ଭାଇ ଗୋପୀନାଥ ନାୟକଙ୍କ ପାଇଁ ଇଜଓ ପରୀକ୍ଷା ଦେଉଥିଲେ । ଆଡମିଟ୍‌ କାର୍ଡରେ ଲାଗିଥିବା ଫଟୋ ସହ ପରୀକ୍ଷାର୍ଥୀଙ୍କ ଫଟୋ ମେଳ ଖାଉ ନଥିବାରୁ ସନ୍ଦେହ ବଢ଼ିଥିଲା । ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାଲିଗୁଡ଼ା ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ପ୍ରକାରେ ନକଲି ପରୀକ୍ଷାର୍ଥୀ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ୍‌ ।

hiranchal ad1
Leave A Reply

Your email address will not be published.

10 − seven =