+୨ ବୋର୍ଡ ପରୀକ୍ଷା ବାତିଲ ଦାବି

0 577

ବାଲିଗୁଡ଼ା: ଜୋର୍‌ ଧରିଲା +୨ ପରୀକ୍ଷା ବାତିଲ୍‌ ଦାବି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର +୨ ଛାତ୍ରଛାତ୍ରୀ କାଉନସିଲ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବୋର୍ଡ ପରୀକ୍ଷାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଜି ଛାତ୍ରଛାତ୍ରୀ ହାତରେ ପ୍ଲା କାର୍ଡ ଧରି ଏକ ରାଲି କରିବା ସହ ପରୀକ୍ଷା ବାତିଲ ଦାବିରେ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । କରୋନା ଓ ଓମିକ୍ରନ୍‌ କଟକଣା ଯୋଗୁଁ ଦୁଇବର୍ଷ ହେଲା ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଚଳିତ ବର୍ଷର ସମସ୍ତ ପାଠ୍ୟକ୍ରମ ଏଯାଏଁ ସରିନି । ଏଥିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ବହୁ ସମସ୍ୟା ଦେଖାଦେଉଛି । ଏଣୁ ଏହାର ବିଚାର କରାଯାଉ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ସେପଟେ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଡାକି ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ । ଅନ୍ୟପଟେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ ବିଷୟରେ କାଉନସିଲ୍‌ ଓ ସରକାର ନିଷ୍ପତ୍ତି ନେବେ । ଆମେ ଆମ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ଚେଷ୍ଟା ଜାରି ରଖିଛୁ । କିନ୍ତୁ ଆମ ଅଞ୍ଚଳର ବିଭିନ୍ନ ସ୍ଥାନରେ ନେଟୱର୍କ ସମସ୍ୟା ରହିଛି ଏବଂ ଅଧିକାଂଶ ଛାତ୍ରଛାତ୍ରୀଙ୍କ ନିକଟରେ ଏଣ୍ଡ୍ରୋଏଡ୍‌ ମୋବାଇଲ୍‌ ମଧ୍ୟ ନାହିଁ । ଏଣୁ ଅନଲାଇନ୍‌ ପାଠ ପଢ଼ାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଛନ୍ତି ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ।

hiranchal ad1
Leave A Reply

Your email address will not be published.

3 − two =