ରୋହିତଙ୍କୁ ଟେଷ୍ଟ ଅଧିନାୟକ କରିବା ସପକ୍ଷରେ ଅଷ୍ଟ୍ରେଲିଆର ଏହି ପୂର୍ବତନ ଅଧିନାୟକ

0 46

ନୂଆଦିଲ୍ଲୀ : ବିରାଟ କୋହଲି ଟେଷ୍ଟ ପଦରୁ ଇସ୍ତଫା ଦେବାର ୧୫ ଦିନରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ବିସିସିଆଇ ତାଙ୍କର ଉତ୍ତରଧିକାରୀଙ୍କ ନାମ ଏଯାଏଁ ସ୍ଥିର କରିନାହାନ୍ତି । ଟେଷ୍ଟ ଅଧିନାୟକ ପଦ ଦୌଡରେ ପାଖାପାଖି ୫ଜଣ ଖେଳାଳି ରହିଛନ୍ତି । ଏମାନଙ୍କ ମଧ୍ୟରୁ ରୋହିତ ଶର୍ମା ସମସ୍ତଙ୍କ ଆଗରେ ଥିବା ଜଣାପଡିଛି । କିନ୍ତୁ ତାଙ୍କ ଫିଟନେସ୍‌ ଓ ବୟସକୁ ନେଇ ବିସିସିଆଇ କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି । ରୋହିତ ଶର୍ମା ଏବେ ଦିନିକିଆ ଓ ଟି-୨୦ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ଅଛନ୍ତି । ଏହି ସମୟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ ବିରାଟଙ୍କ ଟେଷ୍ଟ ଅଧିନାୟକ ପଦ ଛାଡିବା ନେଇ ନିଜର ମତ ରଖିଛନ୍ତି । ପଣ୍ଟିଂ ମଧ୍ୟ ରୋହିତଙ୍କୁ ବିରାଟଙ୍କ ଉତ୍ତରାଧିକାରୀ ଭାବରେ ସମର୍ଥନ କରିଛନ୍ତି । ବିରାଟଙ୍କ ଇସ୍ତଫା ପରେ ରୋହିତଙ୍କୁ କାହିଁକି ଟେଷ୍ଟ ଦଳର ଅଧିନାୟକ କରାଯିବା ଉଚିତ ସେ ସଂପର୍କରେ ପଣ୍ଟିଂ କହିଛନ୍ତି ।
ଆଇସିସି ୱେବସାଇଟରେ ପଣ୍ଟିଂ କହିଛନ୍ତି, ‘ଆଇପିଏଲ ୨୦୨୧ ସମୟରେ ବିରାଟ କୋହଲିଙ୍କ ସହ ମୋର କଥାବାର୍ତ୍ତା ହୋଇଥିଲା । ତା’ପରେ ସେ ଧଳା ବଲ୍‌ କ୍ରିକେଟ୍‌ ର ଅଧିନାୟକ ପଦରୁ ଇସ୍ତଫା ଦେବା ବିଷୟରେ କହୁଥିଲେ । ଟେଷ୍ଟ ମ୍ୟାଚରେ ଦଳର ଅଧିନାୟକତ୍ୱ ଜାରି ରଖିବାକୁ ସେ ଅତ୍ୟନ୍ତ ଆଗ୍ରହୀ ଥିଲେ । କିନ୍ତୁ ଯେତେବେଳେ ସେ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ବୋଲି ଏହି କିମ୍ବଦନ୍ତୀ ଅଧିନାୟକ କହିଛନ୍ତି ।

hiring


ଆଇସିସି ସମୀକ୍ଷାର ପ୍ରଥମ ଏପିସୋଡରେ ପୂର୍ବତନ କ୍ରିକେଟର ଇଶା ଗୁହାଙ୍କ ସହ ବାର୍ତ୍ତାଳାପ ବେଳେ ପଣ୍ଟିଙ୍ଗ ସ୍ପଷ୍ଟ କରିଛନ୍ତି ଯେ ରୋହିତ କାହିଁକି କୋହଲିଙ୍କ ସଫଳ ଉତ୍ତରଧିକାରୀ ହୋଇପାରିବେ । ଏଥିପାଇଁ ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ରୋହିତଙ୍କ ସଫଳତାକୁ ଦର୍ଶାଇଛନ୍ତି । ରୋହିତ ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚଟି ଆଇପିଏଲ ଟାଇଟଲ ଜିତାଇ ଟୁର୍ଣ୍ଣାମେଣ୍ଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହୋଇପାରିଛନ୍ତ । ରୋହିତ ଅନେକ ଥର ଧଳା ବଲ କ୍ରିକେଟରେ ଭାରତୀୟ ଦଳକୁ ଅଧିନାୟକ କରିଛନ୍ତି । କିନ୍ତୁ ଅଦ୍ୟାବଧି ସେ ରେଡ ବଲ କ୍ରିକେଟରେ ଦଳର ନେତୃତ୍ୱ ନେଇ ନାହାଁନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ପଣ୍ଟିଙ୍ଗ କହିଛନ୍ତି, ‘ଯେତେବେଳେ ମୁଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ ଛାଡିଥିଲି, ସେତେବେଳେ ଦଳର ପରିଚାଳନା ମୋତେ ପଚାରିଥିଲା ଯେ ଦଳର ପରବର୍ତ୍ତୀ ଅଧିନାୟକ କିଏ ହେବା ଉଚିତ୍‌? ତା’ପରେ ମୁଁ ଏହା ବିଷୟରେ ସ୍ପଷ୍ଟ କଲି । ମୁଁ କହିଲି କେବଳ ଜଣେ ବ୍ୟକ୍ତି ଅଛନ୍ତି ଯିଏ ଏହା କରିପାରିବେ ରୋହିତ ଶର୍ମା । ବର୍ତ୍ତମାନ ମୁଁ ଦେଖୁଛି ଯେ ସେ ଏକ ଚମତ୍କାର କାର୍ଯ୍ୟ କରିଛନ୍ତି । ବିସିସିଆ ପ୍ରଥମେ ସ୍ଥିର କରିବା ଦରକାର ଯେ,ସେମାନେ ଭିନ୍ନ ଭିନ୍ନ ଅଧିନାୟକ କରିବାକୁ ଚାହୁଁଛନ୍ତି କି ସେମାନେ ସମସ୍ତ ଫର୍ମାଟ ପାଇଁ ସମାନ ଅଧିନାୟକଙ୍କୁ ରଖିବାକୁ ଚାହାଁନ୍ତି?

hiranchal ad1
Leave A Reply

Your email address will not be published.

4 × 4 =