ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲା; ଶୁଣାଣି ଶେଷ, ରାୟ ସଂରକ୍ଷିତ

0 42

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ରତ୍ନଭଣ୍ଡାରର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ରୁଜ୍ଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ଓଡିଶା ହାଇକୋର୍ଟ। ବିଜେପି ନେତା ସମୀର ମହାନ୍ତିଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ଏହି ଜନସ୍ୱାର୍ଥ ମାମଲାର ଶୁଣାଣି ଆଜି ଦୀର୍ଘ ସମୟ ଧରି ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ରତ୍ନଭଣ୍ଡାର ଖୋଲି ତାର ବିପଦଶଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏଥିରେ ପ୍ରାର୍ଥନା କରାଯାଇଥିଲା। ହାଇକୋର୍ଟଙ୍କ ଯାହା ରାୟ ଆସିବ ତାକୁ ସମସ୍ତ ଗ୍ରହଣ କରିବେ ବୋଲି ସେବାୟତ କହିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − 12 =