ବୌଦ୍ଧ ନଗରରେ ବିଶାଳ ଶୋଭାଯାତ୍ରା ଓ ମହାନଦୀ ଆଳତୀସହ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ

0 98

ବୌଦ୍ଧ,୨୬/୯:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଓ ବରିଷ୍ଠ ବିଜେପି ନେତା ପୂର୍ବତନ ବିଧାୟକ ପ୍ରାର୍ଥୀ ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଆଜି ଅନ୍ତିମ ଦିନରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଗ୍ରାମୀଣ ୬ ନମ୍ବର ମଣ୍ଡଳ ଏବଂ ବୌଦ୍ଧ ନଗର ୧୦ ନମ୍ବର ମଣ୍ଡଳର ବିଭିନ୍ନ ଗ୍ରାମ ବୁଲି କେନ୍ଦ୍ର ସରକାରଙ୍କ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଶେଷରେ ହଜାର ହଜାର ଶ୍ରଦ୍ଧାଳୁ ଓ ଦେଶପ୍ରେମୀ ସ୍ୱତଃପ୍ରବୃତ୍ତ ଭାବେ ବୁଟୁପାଲି ଛକରୁ ବୌଦ୍ଧ ସହରରେ ଥିବା ଚନ୍ଦ୍ରଚୂଡ଼ ମନ୍ଦିର ଯାଏଁ ପଦଯାତ୍ରାରେ ଆସିଥିଲେ । ମନ୍ଦିର ପାର୍ଶ୍ୱରେ ଥିବା ମହାନଦୀ ଘାଟରେ ସାମୁହିକ ଶହେଏକ ଆଳତୀ ଓ ସନ୍ଧ୍ୟା ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ ଏବଂ ଦିନ ତମାମ କଳସ ଶୋଭାଯାତ୍ରା ବିଭିନ୍ନ ଗ୍ରାମ ବୁଲିଥିବା ନଜରକୁ ଆସିଥିଲା । ସର୍ବପ୍ରଥମେ ଶୋଭାଯାତ୍ରାଟି ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗର ଗ୍ରାମରୁ ଭବ୍ୟ ସ୍ୱାଗତ ସହ ଅଞ୍ଚଳର ଜହ୍ନାପଙ୍କ, ବଲାସିଙ୍ଗା, ଗମ୍ଭାରୀପଦର, ମୁର୍ଷୁଣ୍ଢି, ଟୁଟୁସିଙ୍ଗା, ବୌଦ୍ଧ ସହର ପରିକ୍ରମା କରି ସମସ୍ତ ଦେବାଳୟ ଓ ଘରକୁ ଘର ବୁଲି ବୀରମାନଙ୍କ ଉଦ୍ଦେଶ୍ୟରେ ମୃତ୍ତିିକା ସଂଗ୍ରହ କରାଯାଇଥିଲା ।

hiring

ଗ୍ରାମରେ ଏହି କାର୍ଯ୍ୟକ୍ରମଟି ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ହେବା ସହ କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ବୌଦ୍ଧ ବିଧାନସଭା ସଂଯୋଜକ ଯୁଗଳ କିଶୋର ସାମଲ, ବରିଷ୍ଠ ନେତା ତଥା ବୌଦ୍ଧ ବିଧାନସଭା ପ୍ରଭାରୀ ଇଂ ରାକେଶ ତ୍ରିପାଠୀ, ୭ ନମ୍ବର ମଣ୍ଡଳ ସଭାପତି ଶମ୍ଭୁ ପ୍ରସାଦ ପ୍ରଧାନ, ୬ ନମ୍ବର ମଣ୍ଡଳ ସଭାପତି ନବୀନ ହୋତା, ଜିଲ୍ଲା ଉପସଭାପତି ତ୍ରିପୁରାରି ବେହେରା, ପ୍ରଦୋଷ ମିଶ୍ର, ବିଜେପି ଅନୁସୂଚୀତ ଜାତି ମୋର୍ଚ୍ଚା ସଭାପତି ରାଜୀବ ଦେହୁରୀ, ବରିଷ୍ଠ ବିଜେପି ନେତା ତଥା ଲିଗାଲ ସଭାପତି ଚିତ୍ତରଞ୍ଜନ ପାଣିଗ୍ରାହୀ, ପୂର୍ବତନ ସଭାପତି ସୌମିତ୍ରୀ ନାୟକ, ବିଜେପି ଜିଲ୍ଲା ସମବାୟ ଅଧକ୍ଷ ସୁବାସ ପ୍ରଧାନ, ଯୁବ ବିଜେପିନେତା ନାରାୟଣ କର୍ମୀ, ଅଜିତ ବାଘ, ପୂର୍ବତନ ସମିତି ମେମ୍ବର ତରଣୀ ବାରିକ, ରଞ୍ଜନ ପ୍ରଧାନଙ୍କ ସହ ଅଞ୍ଚଳର ଅନେକ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଯୁବକ,ଛାତ୍ର ଏବଂ ସ୍ୱେଚ୍ଛାସେବୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × three =