ଓଲଟିଲା ପରିବା ବୋଝେଇ ପିକଅପ ଭ୍ୟାନ

0 128

ଲାଞ୍ଜିଗଡ଼: ଭବାନୀପାଟଣା ଠାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ ନଂ ରାଜ୍ୟ ରାଜପଥ କିଡିଙ୍ଗ ଗାଁ ନିକଟସ୍ଥ ବେହେରା ପୋଲ ନିକଟରେ ଏକ ପନିପରିବା ବୋଝେଇ ପିକପଭ୍ୟାନ (ଓଡ଼ି-୩-ଏସ୍ ୬୭୧୭)ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଗାଡ଼ିରେ ଭର୍ତ୍ତି ଥିବା ପନିପରିବା ନେଇ ଯାଇଥିଲେ। ତେବେ ଗାଡିଟିର ଆଗ ଓ ପଛ ପଟ ଭାଙ୍ଗୀ  ଯାଇଛି।

hiring

ଖବର ପାଇ ସିକେର କୁପା ପୋଲିସ ଆସି ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଜାରି ରଖିଛି। ଗାଡିଟି ବଲାଙ୍ଗୀର ଠାରୁ ରାୟଗଡା ଜିଲ୍ଲାକୁ ପନିପରିବା ନେଇ ଯାଉଥିବା ଜଣାପଡିଛି। ଏହି ରାସ୍ତାରେ ଗାଡ଼ି ଗୁଡିକ ଓଭର ଲୋଡିଙ୍ଗ ଓ ଦ୍ରୁତ ଗତି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।ଏନେଇ ସାଧାରଣ ଲୋକ ଏହି ରାସ୍ତାରେ ଯାତାୟାତ କରିବା ପାଇଁ ଭୟଭୀତ ହୋଇ ପଡିଛନ୍ତି।

hiranchal ad1
Leave A Reply

Your email address will not be published.

six + 8 =