ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ; ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର, ୬ ଅଟକ

0 124

ଗଣିଆ : ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଧିନସ୍ଥ ରାଉତପଡ଼ା କୈବର୍ତ୍ତର୍ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି । ମାରଣାସ୍ତ୍ର ଆକ୍ରମଣରେ ଦୁଇଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୪ଜଣ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି । ଏନେଇ ଉଭୟ ପକ୍ଷରୁ୨୨ ଜଣଙ୍କ ନାମରେ ୨ଟି ପୃଥକ ପୃଥକ ଭାବେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।

hiring

ସୂଚନାଥାଉକି ଦୀର୍ଘଦିନ ହେବ ଜାଗାବାଡିକୁ କେନ୍ଦ୍ରକରି ତିକ୍ତତା ଉଭୟ ଗୋଷ୍ଠୀ ମଧ୍ୟରେ ଲାଗିରହିଥିଲା । ଫଳରେ ଗତକାଲି ଗୁରୁବାର ରାତି ୯ଘଣ୍ଟିକା ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡରୁ ଠେଙ୍ଗାରେ ପିଟାପିଟି ଓ ମାରଣାସ୍ତ୍ରରେ ହଣାହଣିହେବା ଫଳରେ ନିରଞ୍ଜନ ବେହେରାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ନୀଳମଣି ବେହେରାଙ୍କର ଗୋଡରେ ଗଭୀର ଆଘାତ ସହିତ ଦେହର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ହୋଇଥିବାରୁ ତୁରନ୍ତ ନୟାଗଡ଼ ସ୍ଥାନାନ୍ତରିତ କରାଯାଇଥିଲା ।

ନୟାଗଡ଼ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ, ଗଣିଆ ତହସିଲଦାର କିଶୋର କୁମାର ପଣ୍ଡା , ଗଣିଆ ଆଇଆଇସି ବିମଳ କୁମାର ମଲ୍ଲିକ, ଖଣ୍ଡପଡା ଆଇଆଇସି ବିଶ୍ୱଜିତ ରାଉତରାୟ, ଫତେଗଡ଼ ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକ, କଣ୍ଟିଲୋ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ଦେଓ ଓ ତଦନ୍ତକାରୀ ଅଧିକାରୀ ପ୍ରମୋଦ କୁମାର ନନ୍ଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଉଭୟ ଗୋଷ୍ଠୀର ବିରବର ବେହେରା, ପ୍ରିୟରଞ୍ଜନ ବେହେରା, ସୁମନ୍ତ ବେହେରା, ପଙ୍କଜ ବେହେରା, ରାମଚନ୍ଦ୍ର ବେହେରା ଓ ଯୋଗେନ୍ଦ୍ର ବେହେରାଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

18 + 3 =