ଶୋଇବାବେଳେ ତକିଆ ତଳେ ରଖନ୍ତୁନାହିଁ ପର୍ସ

0 227

ଆମ୍ଭେମାନେ ବିଭିନ୍ନ ଜିନିଷ ତକିଆ ତଳେ ରଖି ଶୋଇ ଥାଉ । ବାସ୍ତୁ ଅନୁସାରେ ତକିଆ ପାଖରେ କିଛି ଜିନିଷ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣନ୍ତୁ କେଉଁ ସବୁ ଜିନିଷ ପ୍ରଭାବ ବିଷୟରେ…
ପର୍ସ : ଶୋଇବା ସମୟରେ ତକିଆ ତଳେ ପର୍ସ ରଖନ୍ତୁ ନାହିଁ , ଏହାଦ୍ୱାରା ଖର୍ଚ୍ଚ ବଢିବା ସହ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ । କାରଣ ଲକ୍ଷ୍ମୀଙ୍କ ବାସ ଟକିଆ ତଳେ ନୁହେଁ ଆଲମାରୀରେ ରହିଥାଏ । ତେଣୁ ପର୍ସକୁ ସବୁ ସମୟରେ ଆଲମାରୀରେ ରଖନ୍ତୁ ।
ଔଷଧ : ବହୁଲୋକ ରାତିରେ ଔଷଧ ଖାଇବା ପରେ ତକିଆ ତଳେ ହିଁ ରଖିଥାନ୍ତି । ବାସ୍ତୁ ଅନୁସାରେ ଏହାର ସ୍ୱାସ୍ଥ୍ୟ ପ୍ରତି ଖରାପ ହୋଇଥାଏ ।
ଚାବି : ଶୋଇବା ବିଛଣା ତଳେ ଚାବି ରଖିବେ ନାହିଁ । ବାସ୍ତୁ ଅନୁସାରେ ଏହାଦ୍ୱାରା ଟଙ୍କାର ଅଭାବ ଦେଖାଯାଇଥାଏ ।
ଜୋତା : ଶୋଇବା ବିଛଣା ପାଖରେ ଜୋତା ରଖନ୍ତୁ ନାହିଁ । ଏହାଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିଥାଏ ।
ଜଳପୁର୍ଣ୍ଣ ପାତ୍ର : ଶୋଇବା ସମୟରେ କୌଣସି ଜଳପୁର୍ଣ୍ଣ ପାତ୍ର ପାଖରେ ରଖିବେ ନାହିଁ । ଏହା ଦାମ୍ପତ୍ୟ ଜୀବନରେ ପ୍ରଭାବ ପକାଇଥାଏ ।
ଠାକୁରଙ୍କ ଘରେ ଶିବ-ପାର୍ବତୀଙ୍କ ସମ୍ପୂର୍ଣ୍ଣ ପରିବାରର ଫଟୋ ରଖି ପୂଜା କରନ୍ତୁ ।
ଠାକୁର ଘରେ ବଂଶୀ ନିଶ୍ଚୟ ରଖନ୍ତୁ । ଏହା ଦ୍ୱାରା ପରିବାରର ସୁଖଶାନ୍ତିର ବାତାବରଣ ଓ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ ।
ଦାମ୍ପତ୍ୟ ଜୀବନ ସର୍ବଦା ସୁଖମୟ ରଖିବା ପାଇଁ ନିଜ ଶୋଇବା କକ୍ଷରେ ଶଙ୍ଖ କିମ୍ବା ଶାମୁକା ରଖନ୍ତୁ । ଦୁଇରୁ ଅଧିକ ମହିଳାଙ୍କ ଫଟୋ ଲଗାନ୍ତୁ ନାହିଁ । ପତ୍ନୀଙ୍କୁ ସର୍ବଦା ପତିଙ୍କର ବାମ ପଟେ ଶୋଇବା ଉଚିତ । ଗୋଲାପୀ ରଙ୍ଗର ପରଦା ନିଜ କକ୍ଷରେ ଲଗାନ୍ତୁ ।
ଗେଣ୍ଡୁଫୁଲରେ ସିନ୍ଦୂର ଲଗାଇ ମା’ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ ।
ଗୃହରେ ଯେତେବେଳେ ଖାଦ୍ୟ ପ୍ରସ୍ତୁତ ହେଉଛି ପ୍ରଥମ ରୁଟି ଗାଈ ପାଇଁ ଓ ଶେଷ ରୁଟି କୁକୁର ପାଇଁ ନିଶ୍ଚୟ ରଖନ୍ତୁ । ଏପରି କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ ।
ଶୋଇବା କକ୍ଷରେ ନିଜର ବିଛଣା ଝରକା ଠାରୁ ଦୂରରେ ରହିବା ଉଚିତ । ଏପରି କରିବା ଦ୍ୱାରା ପତୀପତ୍ନୀଙ୍କ ମଧ୍ୟରେ କଳହ ହୋଇନଥାଏ ।
ଗୁରୁବାର ଦିନ ସ୍ୱାମୀ-ସ୍ତ୍ରୀ ଏକତ୍ରିତ କଦଳୀ କିମ୍ବା ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ ।
ଶନିବାର ଦିନ ଆମ୍ବ କିମ୍ବା ଅଶୋକର ପତ୍ରର ତୋରଣ ଶୋଇବା କକ୍ଷରେ ଲଗାନ୍ତୁ । ଏପରି କରିବା ଦ୍ୱାରା ସଂପର୍କରେ ସର୍ବଦା ମଧୁରତା ରହିଥାଏ ।
ଅଶ୍ୱତ୍ଥ କିମ୍ବା କଦଳୀ ଗଛକୁ ନିୟମିତ ପୂଜା କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସର୍ବଦା ସୁଖମୟ ହୋଇଥାଏ ।

hiranchal ad1
Leave A Reply

Your email address will not be published.

19 − fifteen =