ପୁରୀ ଠାରୁ ୧୨୦ କିଲୋମିଟର ଦୂରରେ ଜୱାଦ

0 57

ଭୁବନେଶ୍ୱର:ଉପକୂଳ ମୁହାଁ ଗଭୀର ଅବପାତ । ବାତ୍ୟା ‘ଜୱାଦ’ ଦୁର୍ବଳ ହେବା ପରେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି । ଏବେ ଗଭୀର ଅବପାତ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୯୦ କିଲୋମିଟର ଦୂରରେ ରହିଛି ।

hiring

ସେହିଭଳି ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୨୦ କିଲୋମିଟର ଦୂରରେ ଥିବାବେଳେ ସମାନ ଦିଗରେ ପାରାଦୀପ ଠାରୁ ୨୧୦ କିଲୋମିଟର ଦୂରରେ ରହିଛି । ତାଜା ଆକଳନ ଅନୁସାରେ, ‘ଜୱାଦ’ ଆହୁରି ଦୁର୍ବଳ ହୋଇ ଅବପାତ ରୂପରେ ଆଗାମୀ ୬ ଘଣ୍ଟା ମଧ୍ୟରେ ପୁରୀ ଉପକୂଳ ପହଞ୍ଚିବ । ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇଯିବ । ପଶ୍ଚିମବଙ୍ଗ ଉପକୂଳମୁହାଁ ହୋଇ ମଧ୍ୟରାତ୍ରିରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ‘ଜୱାଦ’ ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନ ଆଜି ସନ୍ଧ୍ୟା ଯାଏ ଲାଗି ରହିବ । ଧିରେ ଧିରେ ବର୍ଷାର ପରିମାଣ କମିବ । ଆଜି କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ।

hiranchal ad1
Leave A Reply

Your email address will not be published.

five × 1 =