ମହାନଦୀରେ ୪ ଛାତ୍ର ଭାସିଯିବା ଘଟଣା,ସମସ୍ତଙ୍କ ମୃତଦେହ ଉଦ୍ଧାର

0 105

କଟକ : ମହାନଦୀରେ ୪ ଛାତ୍ର ଭାସିଯିବା ଘଟଣା। ଶେଷରେ ମିଳିଲା ୪ ଛାତ୍ରଙ୍କ ମୃତଦେହ । ନିଖୋଜ ଛାତ୍ର ଶୁଭମ ସେଠୀର ମୃତଦେହ ଉଦ୍ଧାର କରାଯାଇଛି। ପୂର୍ବରୁ ୩ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗତକାଲି ଜଗା ବେହେରାର ମୃତଦେହ ଉଦ୍ଧାର ହୋଇଥିଲା। ଆଜି ସକାଳୁ ଆକାଶ ବାହାଲିଆ ଓ ଚନ୍ଦନ ବେହେରାଙ୍କ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ।ସୂଚନାଯୋଗ୍ୟ ଯେ, କଟକ ଚାଉଳିଆଗଞ୍ଜ ଥାନା ଭଦିମୂଳ ନିକଟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ । ଅନ୍ୟ ତିନି ଛାତ୍ର ନିଖୋଜ ଥିଲେ । ଏହି ୪ ଛାତ୍ର କଟକ ପୋତାପୋଖରୀ ଅଞ୍ଚଳର ବୋଲି ଜଣାପଡିଛି । ସ୍କୁଲ ସାରିବା ପରେ ଏମାନେ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ସନ୍ଧ୍ୟାରେ ଛାତ୍ରମାନଙ୍କ ସାଇକେଲ ଭଦିମୂଳ ନିକଟେ ଥିବା ଦେଖିବାକୁ ମିଳିଥିିଲା । ସେମାନେ ପାଣିରେ ଭାସି ଯାଇଥିବା ସନ୍ଦେହ କରି ଚାଉଳିଆ ଗଞ୍ଜ ଥାନାରେ ଖବର ଦେଇଥିଲେ ପରିବାର ଲୋକେ । ଏହାପରେ ଆରମ୍ଭ ହୋଇଥିଲା ରେସ୍କୁ ଅପରେସନ । ରାତି ଅଧିକ ହେବାରୁ ରେସ୍କୁ ଅପରେସନ ଅଧାରୁ ବନ୍ଦ ରଖାଯାଇଥିଲା । ଆଜି ପୁଣି ଅଗ୍ନିଶମ ବାହିନୀ ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରିଥିଲା। ଶେଷରେ ସମସ୍ତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

hiranchal ad1
Leave A Reply

Your email address will not be published.

one × 3 =