ମାରଣାସ୍ତ୍ର ଦେଖାଇ ଘରୁ ନଗଦ ଟଙ୍କା ଓ ସୁନା ଲୁଟ

0 1,906

ବୌଦ୍ଧ,୨୯/୧ – ଗତ ଗୁରୁବାର ମଧ୍ୟ ରାତ୍ରରେ ମନମୁଣ୍ଡା ଥାନା ଡେଙ୍ଗପଦର୍ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଂକା ସହିତ ସୁନା ଗହଣା ଡକାୟତି ହୋଇଥିବା ଆଜି ସକାଳେ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଡେଙ୍ଗପଦର୍ ଗ୍ରାମର ପ୍ରଶାନ୍ତ ସାହୁଙ୍କ ଘର କବାଟ ଖୋଲି 8 ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ସହ ପଶି ଥିଲେ l ବନ୍ଧୁକ ଓ ଭୁଜାଲି ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରାଇବା ସହ ପ୍ରଶାନ୍ତଙ୍କ 3 ବର୍ଷର ଝିଅକୁ ଧରି ଜୀବନରେ ମାରି ଦେବାକୁ ଧମକ ଦେଇ ଆଲମାରୀ ଚାବି ମାଗି ଥିଲେ l ଆଲମାରୀ ଖୋଲି ସୁନା ଗହଣା ସହ ନଗଦ ଦେଢ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଧରି ଚମ୍ପଟ୍ ମାରିଥିଲେ l ଅଭିଯୋଗ ପାଇବା ପରେ ମନମୁଣ୍ଡା ପୋଲିସ୍ ତଦନ୍ତ ଜାରୀ ରଖିଥିଲେ ମଧ୍ୟ ଚୋରଙ୍କୁ ଧରିବାରେ ସଫଳ ହୋଇ ପାରିନାହିଁ l ନୁଆ ବର୍ଷ ଆରମ୍ଭରୁ ଜିଲ୍ଲାର ମନମୁଣ୍ଡା ଓ ବାଉଁଶୁଣୀ ଥାନା ଅଂଚଳରେ ତିନୋଟି ଡକାୟତି ମାମଲା ଘଟି ସାରିଥିବା ବେଳେ ପୋଲିସ୍ ଆସାମୀ ମାନଙ୍କୁ ଧରିବାରେ ସଫଳ ହୋଇ ପାରି ନଥିବା ଓ ବାରମ୍ବାର ଏଭଳି ଘଟଣା ଘଟି ଚାଲି ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି l ମନମୁଣ୍ଡା ଦେଉଳି ଡକାୟତି ଘଟଣାରେ ଲୋଇସିଂହା ରେ ଗିରଫ ଡକାୟତ ମାନଙ୍କୁ ମନମୁଣ୍ଡା ପୋଲିସ୍ ଏ ଯାଏଁ ଆଣି ପାରିନାହିଁ l ବାଉଁଶୁଣୀ ଥାନା ସାହାଜପାଲ୍ ପ୍ରଜିତା ଜ୍ବେଲର୍ସରୁ ସ୍ପଷ୍ଟ ଦିବାଲୋକରେ ହୋଇଥିବା ଡକାୟତି ମାମଲାରେ ମଧ୍ୟ ପୋଲିସ୍ ସଫଳ ହୋଇ ପାରିନାହିଁ l ପୁଣି ଗୁରୁବାର ରାତିରେ ଡେଙ୍ଗପଦର୍ ଗ୍ରାମରୁ ବନ୍ଧୁକ ମୁନରେ ଡକାୟତି ପୋଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି | ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏ ସମସ୍ତ ମାମଲାରେ ହସ୍ତକ୍ଷେପ କରିବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

one × three =