୨୨ଲକ୍ଷ ଟଙ୍କାର ସ୍ୱଜଳ ଧାରା , ଗ୍ରାମବାସୀଙ୍କୁ ମିଳିନି ୨୨ବୁନ୍ଦା ଜଳ

0 203

ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ଗ୍ରମାରେ ପ୍ରାୟ ୮ବର୍ଷ ହେବ ଅଚଳ ଅଚଳ ହୋଇ ପଡ଼ିଛି ସ୍ୱଜଳ ଧାରା ପ୍ରକଳ୍ପ । ପଛ୍ରୁଆ ଜିଲ୍ଲାର ଅନ୍ୟତମ ପଛୁଆ ମାଓ ପ୍ରବଣ ଶୁଖା ଅଂଚଳର ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୨୦୧୩ ମସିହାରେ ୨୨ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଣ୍ଡପୋଷ୍ଟ ସହ ପାଇପ ସଂଯୋଗ କରାଯାଇଥିଲା । ଅଭିଯୋଗ ଅନୁସାରେ, କେବଳ ଗୋଟିଏ ଦିନ ଟ୍ରାଏଲ ଉଦ୍ଦେଶ୍ୟରେ ପାଣି ଚଲାଯାଇଥିଲା । ୭୫୦ ଜନ ସଂଖ୍ୟା ବିଶିଷ୍ଟ ଗ୍ରାମବାସୀ ପିଇବା ପାଣି ଦୁଃଖ ଯିବ ବୋଲି ଆଶା କରିଥିଲେ । କିନ୍ତୁ ଠିକାଦାର ଓ ଅଧିକାରୀଙ୍କ ସଲାସୁତୁରା ହେତୁ ଆଜି ଯାଏ ଗ୍ରାମବାସୀ ୨୨ବୁନ୍ଦା ପାଣି ପାଇ ନ ଥିବା ଡ଼ୋଲାମଣି ରଥ, ବିଭୀଷଣ ବରିହା ପ୍ରମୁଖ ପ୍ରକାଶ କରିଛନ୍ତି । ପ୍ରକଳ୍ପ ସାଇଟରେ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ଫଳକ ନାହିଁ । ଆଠ ବର୍ଷ ହେବ ଅଧିକାରୀ ବା ଠିକାଦାର କାହାରି ଦେଖା ନାହିଁ । ପ୍ରଶ୍ନ ହେଉଛି, ୨୨ଲକ୍ଷ ଟଙ୍କାରେ ନିର୍ମିତ ସ୍ୱଜଳ ଧାରା ଅଚଳ କାହିଁକି ? ସରକାର ସବୁ ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନା କରୁଥିବା ବେଳେ, ଏଭଳି ଚିତ୍ର ଦେଖି ମନେହୁଏ ଗୋଦରା କୋଡ଼େ ଯେତେ ମାଡ଼େ ସେତେ । ନୂଆ ନୂଆ ପ୍ରକଳ୍ପ ହେବ କିନ୍ତୁ ପ୍ରକଳ୍ପର ସୁଫଳ ପାଇବ କିଏ ? ତାପମାତ୍ରା ୪୦ ଡ଼ିଗ୍ରୀରୁ ଉର୍ଦ୍ଧ୍ୱର୍ ହେଲାଣି । ଜଳକଷ୍ଟ ସମଗ୍ର ଗାଁ ପାଇଁ ଚିନ୍ତା ବଢ଼ାଉଥିବା ବେଳେ ରୋଗାକ୍ରାନ୍ତ ନଷ୍ଟ ହେଉଥିବା ସ୍ୱଜଳଧାରା ନିର୍ମାଣ ଉପହାସ ନୁହେଁ କି ? ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଚଙ୍ଗରିଆ ଶାଖା ସଭାପତି ବିଭୀଷଣ ବରିହା , ନରୋତ୍ତମ ଧରୁଆ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty + 17 =