ଆରସେଟି ପକ୍ଷରୁ ମାସ୍କ ବଣ୍ଟନ

0 230

ବୌଦ୍ଧ : ବର୍ତ୍ତମାନ ସାରା ବିଶ୍ୱରେ କରୋନା ରୂପକ ମହାମାରୀ ପ୍ରତିଦିନ ହଜାର ହଜାର ଲୋକଙ୍କ ପ୍ରାଣ ନେଉଥିବା ବେଳେ ସାମାନ୍ୟ ସଚେତନତା ହିଁ ଏହି ମହାମାରୀରୁ ରକ୍ଷା କରିବ । ସେଥିପାଇଁ ସରକାର ସମସ୍ତଙ୍କୁ ଘରେ ରହିବା ସହିତ ହ୍ୟାଣ୍ଡୱାସ, ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ ବାରମ୍ବାର ପ୍ରଚାର କରୁଛନ୍ତି । କିନ୍ତୁ ଏହି ବିପତ୍ତି ସମୟରେ ମଧ୍ୟ କିଛି ଅସାଧୁ ବ୍ୟବସାୟୀ ଏହି ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କଳା ବଜାରୀ କରିବା ସହିତ ଏଥିରୁ ଲାଭ ଉଠାଇବାକୁ ଚେଷ୍ଟା କରିଚାଲିଛନ୍ତି ।

hiring

ଏହି କଳାବଜାରୀରୁ ଲୋକଙ୍କୁ କିଛିଟା ମୁକ୍ତି ଦେବା ପାଇଁ ଏସବିଆଇ ଆରସେଟି ବୌଦ୍ଧ ତା’ର ପୁରୁଣା ସିଲେଇ ଛାତ୍ରୀମାନଙ୍କ ସହାୟତାରେ ତଥା ଅନୁଷ୍ଠାନର ନିର୍ଦ୍ଦେଶକ ରାମଚରଣ ମଲ୍ଲିକଙ୍କ ପରାମର୍ଶ କ୍ରମେ ମାସ୍କ ତିଆରି କରି ଜିଲ୍ଲାର ବିଭିନ୍ନ ଚାଷୀ, ବ୍ୟବସାୟୀ, ପୁଲିସ, ଏନଏସି କର୍ମଚାରୀ ତଥା ବୃଦ୍ଧାଶ୍ରମ, ଅନାଥ ଆଶ୍ରମରେ ମାଗଣା ମାସ୍କ ବଣ୍ଟନ କରାଯିବା ସହିତ ଏହାର ବ୍ୟବହାର ସମ୍ବନ୍ଧରେ ଆଲୋକପାତ କରିଥିଲେ । ଲିଡବ୍ୟାଙ୍କ ମ୍ୟାନେଜର ରବିନ୍ଦ୍ର ସେଠୀ, ଷ୍ଟେଟବ୍ୟାଙ୍କ କୃଷି ଉନ୍ନୟନ ଶାଖା ପରିଚାଳକ ସଂଜୟ କୁମାର ସାହୁ, ଆରସେଟି ପ୍ରଶିକ୍ଷକ ଅମର ପ୍ରସାଦ ମହାପାତ୍ର, କାନନ ଖମାରୀ ଓ କାର୍ଯ୍ୟାଳୟର ଅନ୍ୟସବୁ କର୍ମଚାରୀ ଏହି ମାସ୍କ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

11 − nine =