ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦରର ସର୍ବକାଳୀନ ରେକର୍ଡ

0 231

ପାରାଦ୍ୱୀପ: ଅପ୍ରେଲ ୧୭ ତାରିଖ ଗୋଟିଏ ଦିନରେ ୩୯ଟି ରେଳ ରେକ ଖଲାସ କରି ପାରାଦ୍ୱୀପ ବନ୍ଦର ସର୍ବକାଳୀନ ରେକର୍ଡ କରିଛି । ପାରାଦ୍ୱୀପ ବନ୍ଦର ଯାନ୍ତ୍ରିକ କୋଇଲା ବୋଝେଇ ପ୍ଲାଣ୍ଟରେ ୨୬ଟି ରେକରୁ ପଣ୍ୟ ଖଲାସ କରିଥିବାବେଳେ ମାନୁଆଲ ୧୩ଟି ରେଳରୁ ପଣ୍ୟ ଖଲାସ କରିଛି । ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ପାରାଦ୍ୱୀପ ବନ୍ଦର ୧୧୨.୬୯ ମିଲିୟନ ମେଟ୍ରିକ ଟନ ପଣ୍ୟ କାରବାର କରି ତା\’ର ପୂର୍ବ ରେକର୍ଡକୁ ଭାଙ୍ଗିଥିଲା । ପ୍ରକାଶଥାଉକି ଦେଶରେ ମହାମାରୀ କରୋନା ସଂକ୍ରମଣ ନିମନ୍ତେ ଲକଡାଉନ ଥିବାବେଳେ ଦେଶର ଜରୁରୀକାଳୀନ ସାମଗ୍ରୀ ପରିବହନ ଅନ୍ତର୍ଗତ ପାରାଦ୍ୱୀପ ବନ୍ଦରର ପଣ୍ୟ କାରବାର କ୍ଷେତ୍ରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଏହା ସତ୍ତ୍ୱେ ବନ୍ଦର ଅଧ୍ୟକ୍ଷ ରିକେଶ ରଏଙ୍କ ଦୃଢ ନେତୃତ୍ୱ ଓ ମହାମାରୀ କରୋନା ପ୍ରତିଷେଧକ ବ୍ୟବସାଥ ସହ ଓ ଗୋଟିଏ ପରେ ଗୋଟିଏ ସଫଳତା ଅତିକ୍ରମ କରିବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

17 + 9 =