ସରକାରୀ ଚାଉଳ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଲୋକେ

0 102

ସମ୍ବଲପୁର:ବର୍ତ୍ତମାନ ଲକ୍‌ଡାଉନ ଚତୁର୍ଥ ସପ୍ତାହରେ ପହଞ୍ଚିଥିଲେ ମଧ୍ୟ ଲୋକେ ସାମାଜିକ ଦୂରତାର ମହତ୍ତ୍ୱ ଆଦୌ ବୁଝିପାରୁନାହାନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁରରେ । ସରକାରଙ୍କ ପକ୍ଷରୁ ଗରିବଙ୍କ ପାଇଁ ଯେଉଁ ଚାଉଳ ଯୋଗାଇ ଦିଆଯାଇଛି ସେତକ ପାଇଁ ଲୋକେ ଜୀବନକୁ ବାଜି ଲଗାଉଥିବା ଦେଖିବାକୁ ମିଳିଛି । ସହରାଞ୍ଚଳରେ ଯଦି ଏପରି ତାହାଲେ ଗ୍ରାମାଞ୍ଚଳରେ ସ୍ଥିତି କଣ ଥିବା ତାହା ସହଜେ ଅନୁମେୟ । ଏହା କରୋନା ସଂକ୍ରମଣ ପ୍ରତିଷେଧ ପାଇଁ ଘୋଷିତ କଟକଣା ଓ ଏହାର ଉଲ୍ଲଂଘନ ଫଳରେ ସେମାନେ ନିଜ ସହିତ ସମଗ୍ର ସମାଜ ଓ ପାଖପଡିଶା ଲୋକଙ୍କ ପାଇଁ ବିପଦ ଆଣୁଦେଉଛନ୍ତି ଏକଥା ସେମାନେ ଆଦୌ ବୁଝୁନାହାନ୍ତି । ଯେହେତୁ ଲକଡାଉନ ଉଠିଲାପରେ ମଧ୍ୟ ସାମାଜିକ ଦୂରତା ନିୟମ ଜାରି ରହିବ ତେଣୁ ଲୋକଙ୍କ ମନରେ ଏଥିପାଇଁ ଅନେକ ସଚେତନତା ଆଣିବାପାଇଁ କିଛି କାର୍କ୍ୟକ୍ରମ ସରକାର ହାତକୁ ନେବାର ଆବଶ୍ୟକତା ରହିଛି ।

hiranchal ad1
Leave A Reply

Your email address will not be published.

1 × 3 =