ଗ୍ରୁପ୍ “ଏ’ ଅଧିକାରୀ ସୋମବାରରୁ ନିୟମିତ କାର୍ଯ୍ୟାଳୟକୁ ଆସିବେ

0 108

ଭୁବନେଶ୍ୱର: ଲକ୍‌ଡାଉନ୍ କାରଣରୁ ସୋଶିଆଲ୍ ଡିଷ୍ଟାନ୍‌ସିଂର ଗୁରୁତ୍ୱ ଉପଲବ୍‌ଧି କରି ରାଜ୍ୟ ସରକାର ଲୋକସେବା ଭବନର ୪୦ଟି ବିଭାଗରେ କର୍ମଚାରୀମାନଙ୍କ ଆସିବା ଉପରେ ଯେଉଁ ବାରଣ ରଖିଥିଲେ ସେଥିରେ ଆସନ୍ତାକାଲି ସୋମବାରଠାରୁ କେତେକାଂଶରେ କଟକଣା ହଟାଇ ଦେଇଛନ୍ତି । କାଲିଠାରୁ ଗ୍ରୁପ୍ “ଏ’ ଅଧିକାରୀମାନେ କାର୍ଯ୍ୟାଳୟକୁ ଆସିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଷ୍ପତ୍ତି କରାଯାଇଛି । ଗ୍ରୁପ୍ “ବି’, “ସି’ ଓ “ଡି’ର ୩୩ ପ୍ରତିଶତ କର୍ମଚାରୀ ମଧ୍ୟ କାର୍ଯ୍ୟାଳୟରେ ଯୋଗ ଦେବାକୁ କୁହାଯାଇଛି । ଏହାବ୍ୟତୀତ ୪୦ ବିଭାଗ ମଧ୍ୟରୁ ୧୨ଟି ବିଭାଗକୁ ଯେଉଁଗୁଡ଼ିକ ଅତି କ୍ରିଟିକାଲ୍ ସେଗୁଡ଼ିକର ଆବଶ୍ୟକ ମୁତାବକ କର୍ମଚାରୀଙ୍କୁ ଅଫିସ୍ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ର କର୍ମଚାରୀମାନେ ମଧ୍ୟ ଏହି ହିସାବରେ କାର୍ଯ୍ୟାଳୟରେ ଯୋଗ ଦେବେ । ଅନ୍ୟ ସମସ୍ତ ଜିଲ୍ଲାର ସମସ୍ତ କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସିବେ । ଆରବିସି ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ୍ ଅଫିସ୍ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ସମସ୍ତ କ୍ଷେତ୍ରରେ ସାମାଜିକ ଦୂରତା ରକ୍ଷା କରି ଅଧିକାରୀମାନେ କାର୍ଯ୍ୟ କରିବେ । ସେହିଭଳି ଆସନ୍ତାକାଲିଠାରୁ ସମସ୍ତ ଷ୍ଟାମ୍ପ୍ ଭେଣ୍ଡର, ଜିଲ୍ଲା ଓ ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରିବ । ଏପରିକି ବାଲିଘାଟ କ୍ରସର ୟୁନିଟ୍‌, ପଥର ଖଣି ଖାଦାନର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିବ ।

hiranchal ad1
Leave A Reply

Your email address will not be published.

fourteen + one =