ପେନସନ୍ ହ୍ରାସ ନେଇ କେନ୍ଦ୍ରର କୌଣସି ପ୍ରସ୍ତାବ ନାହିଁ

0 130

ଭୁବନେଶ୍ୱର: ବିଭିନ୍ନ ଗଣମାଧ୍ୟମରେ ପେନସନ୍‌ଭୋଗୀମାନଙ୍କର ପେନସନ୍ ହ୍ରାସ ନେଇ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଆଜି ସ୍ପଷ୍ଟୀକରଣ ରଖାଯାଇଛି । ମହାମାରୀ କରୋନା କୋଭିଡ୍‌-୧୯ ପାଇଁ ଦେଶର ଆର୍ଥିକ ମାନ୍ଦାବସ୍ଥା କାରଣରୁ ପେନସନ୍ ଭୋଗୀମାନଙ୍କର ପେନସନ୍ କେନ୍ଦ୍ର ସରକାର ହ୍ରାସ କରିବା ପାଇଁ ଯାଉଥିବା ଏକ ଗୁଜବ ବଳବତ୍ତର ହେବା ପରେ ଆଜି ଏହା ଉପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସ୍ପଷ୍ଟ କରି କୁହାଯାଇଛି ଯେ, ପେନସନ୍‌ଭୋଗୀମାନଙ୍କର ପେନସନ୍ ହ୍ରାସ କରିବାର କୌଣସି ନିଷ୍ପତ୍ତି କେନ୍ଦ୍ର ସରକାର କରିନାହାଁନ୍ତି । ଦେଶର ପ୍ରତ୍ୟେକ ପେନସନ୍‌ଭୋଗୀ ପୂର୍ବବତ୍ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପେନସନ୍ ପାଇବେ । ଏନେଇ ପ୍ରେସ୍ ବ୍ୟୁରୋ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

three × 4 =