ଗାଁ, ସହର ଲକ୍‌ଡାଉନ : ମହାନଦୀରେ ଗହଳଚହଳ, ବସିଛି ହୀରାର ବଜାର

0 2,005

ବୈାଦ୍ଧ: କରୋନା ପାଇଁ ଗାଁ ଗଣ୍ଡା ଠାରୁ ଆରମ୍ଭକରି ବୌଦ୍ଧର ସମସ୍ତ ସହରାଞ୍ଚଳକୁ ଲକଡାଉନ ସ୍ଥିର ଗମ୍ଭୀରକରି ଦେଇଥିବାବେଳେ ମହାନଦୀର ବାଲୁକା ଶଯ୍ୟାରେ ଗହଳଚହଳ ବଢିଯାଇଛି । ଲକ୍‌ଡାଉନ ପାଇଁ ସମସ୍ତଙ୍କର କାମଧନ୍ଦା ବନ୍ଦଥିବାରୁ ନିଜନିଜର ଭାଗ୍ୟ ପରୀକ୍ଷା ପାଇଁ ଲୋକେ ହୋଇଛନ୍ତି ମହାନଦୀମୁହାଁ । ହୀରାପ୍ରସୂ ମହାନଦୀ ଯଦି କରୁଣା କଲା ତେବେ ରାତାରାତି କୋଟିପତି ହୋଇଯିବାର ଲୋଭ ସମ୍ବରଣ କରିପାରୁନଥିବା ଲୋକ ଏ ସମୟର ସଦୁପଯୋଗ କରିବାକୁ ଆଗେଇ ଆସୁଛନ୍ତି । ଭୋର୍ ୪ଟା ବାଜିଗଲେ ହାତରେ ଡାଲା ଓ ଆଙ୍କୁଡା ଧରି ହୀରାପଥର ଖୋଳିବାପାଇଁ ହେଉଛନ୍ତି ମହାନଦୀ ମୁହାଁ । ବୌଦ୍ଧ ସହରର ତଳମୁଣ୍ଡରୁ ହରଭଙ୍ଗା ଯାଏଁ ଦଳଦଳ ହୋଇ ନଦୀରେ ହୀରା ଖୋଳୁଥିବା ଦେଖିବାକୁ ମିଳୁଛି । ସେହିପରି ଲୋକମାନଙ୍କର ଆଶାକୁ ଦ୍ୱିଗୁଣିତ କରିବାପାଇଁ ଚୋରା ହୀରା କାରବାର କରୁଥିବା କେତେକ ବ୍ୟବସାୟୀ କିଛି ଅନୁକଂପା ପ୍ରଦାନକରି ନିଜର ବ୍ୟବସାୟିକ ସାମ୍ରାଜ୍ୟ ବଢାଇବାକୁ ବେଶ୍ ତତ୍ପର ହୋଇପଡିଛନ୍ତି । ଅଳ୍ପବୟସର କିଶୋର ମାନଙ୍କ ଠାରୁ ଆରମ୍ଭକରି ୬୦/୭୦ ବର୍ଷ ବୟସର ବୃଦ୍ଧବୃଦ୍ଧାଙ୍କ ଯାଏଁ ମାଳମାଳ ଲୋକ ଦେଖିବାରୁ ମିଳୁଛନ୍ତି ମହାନଦୀ ଉପତ୍ୟକାରେ । କେହି କେହି ମଧ୍ୟାହ୍ନଯାଏଁ ତ କେତେକ ଲୋକନଦୀରେ ରନ୍ଧାବଢା କରି ଦିନରାତି ଲାଗିଛନ୍ତି ହୀରାର ସନ୍ଧାନରେ । ଲକ୍‌ଡାଉନରେ ଘର ମଧ୍ୟରେ ବାନ୍ଧିହୋଇ ରହିବା ଅପେକ୍ଷା ଭାଗ୍ୟର ପରୀକ୍ଷା କରାଇ ନେବାକୁ ସେମାନେ ଉଚିତ ମଣୁଛନ୍ତି । ଅନେକ ସରକାରୀ କର୍ମଚାରୀ ମଧ୍ୟ ହୀରାପଥର ଖୋଜିବାକୁ ଯାଉଥିବା ଦେଖିବାକୁ ମିଳୁଛି ।

hiring


ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜକୁ ୩୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମହାନଦୀରେ ହୀରା ଖୋଜିବା କିଛି ଲୋକଙ୍କ ପେଷା ହୋଇଯାଇଛି । ଅନେକ ଲୋକ ମଧ୍ୟ ହୀରା ଓ ଅନ୍ୟାନ୍ୟ ମୂଲ୍ୟବାନ ପଥର ପାଇ ଲକ୍ଷଲକ୍ଷ ଟଙ୍କା ବିକ୍ରି କରୁଥିବା ଶୁଣିବାକୁ ମିଳିଆସୁଅଛି । ପୋଲିସର କଟକଣା ଯୋଗୁଁ ମଝିରେ ଏ ପଥର ଖୋଳା କାମରେ ବ୍ୟାଘାତ ଘଟିଥିଲା । ତଥାପି ଲୁଚାଛପାରେ କିଛି ଲୋକ ଖୋଳୁଥିଲେ । ବର୍ତ୍ତମାନ ଲକ୍‌ଡାଉନ ଯୋଗୁଁ ପୋଲିସ ପ୍ରଶାସନ ଛକ ଜଗିବା ଓ ଲକ୍‌ଡାଉନ ମାନୁନଥିବା ଅମାନିଆଙ୍କୁ ସାବାଡ କରିବାରେ ବ୍ୟସ୍ତ ରହୁଥିବାବେଳେ ମହାନଦୀରେ ବେଧଡକ ଚାଲିଛି ହୀରାର ବଜାର ।

hiranchal ad1
Leave A Reply

Your email address will not be published.

two + 16 =