ବୋରଗାଁ ହତ୍ୟାକାଣ୍ଡ, ୪ କୋର୍ଟ ଚାଲାଣ

0 87

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଇଗୁଣିଆ ପଞ୍ଚାୟତ ବୋରଗାଁ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ମାମଲାରେ ଫତେଗଡ଼ ପୁଲିସ ସୋମବାର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏକ ପାରିବାରିକ କଳହକୁ ନେଇ ଗତ ୧୭ ତାରିଖରେ ବୋରଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ୮ଜଣ ଆହତ ହୋଇଥିଲେ । ଗୁରୁତର ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବାବେଳେ ସେଠାରେ ସୁଧୁର ଦଳେଇଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୁଲିସ ଶିବାନନ୍ଦ ଦଳେଇ , ଅଚ୍ୟୁତ ଦଳେଇ, ଉତ୍ସବ ଦଳେଇ ଓ ପାର୍ବତୀ ଦଳେଇଙ୍କୁ ଗିରଫ କରି ଭାପୁର କୋର୍ଟରେ ହାଜର କରିଥିଲା । ସେମାନଙ୍କ ଜାମିନନା ମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌?କୁ ପଠାଇ ଦିଆଯାଇଛି । ଏହି ମାମଲାରେ ଆନନ୍ଦ ଦଳେଇ ଓ ବିନୋଦ ଦଳେଇ ଏବେ ବି ଫେରାର ଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

15 − nine =