ପାଟଣାଗଡ଼ ଏନ୍‌ଏସି ପକ୍ଷରୁ ୫୯ ତମ ସ୍ୱାୟତ୍ତ ଦିବସ ପାଳିତ

0 181

ପାଟଣାଗଡ଼ : ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ୫୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପ୍ରଶାସକ ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଚେୟାରମେନ ଡ ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଏନ୍‌ଏସି ପରିସରରେ ଥିବା ଲୈହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ସମେତ ସହରର ଗଙ୍ଗାଧର ପାର୍କର ଗଙ୍ଗାଧର ମେହେର, ହସ୍ପିଟାଲ ପରିସରରେ ଜାତୀୟ ପିତା ମହାତ୍ମା ଗାନ୍ଧୀ, ରାମଜୀ ଛକରେ ଥିବା ରାଜେନ୍ଦ୍ର ନାରାୟଣ ସିଂହଦେଓ, ଧୁମାଭଟା ଛକ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏନ୍‌ଏସିକୁ ଐତିହାସିକ ପାଟଣାଗଡ଼ ସୈାନ୍ଦର୍ଯ୍ୟ ଓ ଶ୍ରୀ ବୃଦ୍ଧି କରିବା ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା ।ଏହି ଅବସରରେ ଏନ୍‌ଏସିର କେତେ ଜଣ,ସ୍ୱଚ୍ଛ ସାଥି , ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟଅତିଥି ଡ଼ ପଣ୍ଡା ଟିକସ ଦାରୋଗା ମନବୋଧ ସାହୁ,ଏସକେ ଇସାକ ମହମ୍ମଦ, ସାନମୁଦୁଲି, ଜୟଦେବ ସରାଫ, ସ୍ୱଚ୍ଛ ସାଥି ମାଲାଦିନୀ ମିଶ୍ର , ରାଜେଶ ସୁନା, ଡ୍ରାଇଭର ରେଣୁକା କୁମ୍ଭାର ପ୍ରମୁଖଙ୍କ ଉପଢୌକନ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏନ୍‌ ଏ ସି କାର୍ଯ୍ୟ ନିର୍ବାହି ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉଁରା କାର୍ଯ୍ୟ କ୍ରମ ପରିଚାଳନା କରିଥିଲାବେଳେ ସହ ସଂଯୋଜକ ଅରବିନ୍ଦ କୁମ୍ଭାର, ମଣ୍ଟୁ ନନ୍ଦ, ରାଜେଶ ବେହେରା ପ୍ରିୟବ୍ରତ ମଲିକଙ୍କୁ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

8 − 7 =