ବୌଦ୍ଧଗଡ ଏନଏସି ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

0 423

ବୌଦ୍ଧ,୩୧/୮: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏଥିରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକା ବବିତାରାଣୀ ଦଳବେହେରା, ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟଅତିଥି ଏହି ଅବସରରେ ସହରକୁ ଆହୁରି ସବୁଜ ସୁନ୍ଦର କରିବାପାଇଁ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ମୁଖ୍ୟଅତିଥି ଏହି ଅବସରରେ ପରିଷଦର କର୍ମଚାରୀମାନଙ୍କୁ ପୁରସ୍କୃତ କରିଥିଲେ । ଅତିଥିମାନେ ସହରର ବିଭିନ୍ନ ଛକରେ ଜାତିର ପିତା ମହାତ୍ମାଗାନ୍ଧୀ, ଉକ୍ରଳମଣି ଗୋପବନ୍ଧୁ, ଉକ୍ରଳ ଗୌରବ ମଧୁବାବୁ, ଡ. ଭୀମରାଓ ଆମ୍ବେଦକର, ସ୍ୱଭାବକବି ଗଙ୍ଗାଧର ମେହେର, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ, ପୂର୍ବତନମନ୍ତ୍ରୀ ସ୍ୱର୍ଗତ ନଟବର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କୋଭିଡ କଟକଣାର ସମସ୍ତ ନିୟମକୁ ମାନିବା ସହିତ ନିରାଡମ୍ବର ଭାବେ ଆଜି ସ୍ୱାୟତ୍ତଶାସନ ଦିବସ ପାଳନ କରାଯାଇଥିବାବେଳେ ସହରର ଜରିଖଣ୍ଡି ଭେଣ୍ଡିଂଜୋନର ଉଦଘାଟନ, ଗଡଖାଇ ପୁନଃରୁଦ୍ଧାର ଭିତ୍ତିପ୍ରସ୍ତର ସ୍ଥାପନ, ଏନଏସି ଛକ ଓ ଜାମୁ ଛକ ଠାରେ ଟ୍ରାଫିକ ପୋଷ୍ଟର ଉଦଘାଟନ କରାଯାଇଥିଲା । ପରିଷଦ ତରଫରୁ ଶାରୀରିକ ଭିନ୍ନକ୍ଷମ ସ୍କୁଲରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଆଜି ପ୍ରାତଃ ସମୟରେ ରାମଧୂନ ପ୍ରଚାର ଗାଡି ସହର ପରିକ୍ରମା କରିଥିଲା ।

hiranchal ad1
Leave A Reply

Your email address will not be published.

eleven + 3 =