ବୌଦ୍ଧ: ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା, ଜିଲ୍ଲାରୁ ୧୨ ଚିହ୍ନଟ

0 218

ବୌଦ୍ଧ,୩୧/୮: ଆଜି ବୌଦ୍ଧଜିଲ୍ଲାରୁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବୌଦ୍ଧଜିଲ୍ଲାରେ ଅଗଷ୍ଟ ପହିଲାରୁ କରୋନା ଗ୍ରାଫ ତଳମୁହାଁ ହୋଇଥିବାବେଳେ ମାସ ଶେଷବେଳକୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି କଣ୍ଟାମାଳ ବ୍ଲକ ଓ ସହରରୁ ଆକ୍ରାନ୍ତ ଚିହ୍ନଟ ହୋଇନଥିବାବେଳେ ବୌଦ୍ଧବ୍ଲକ ଓ ହରଭଙ୍ଗା ବ୍ଲକରୁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ଆମ୍ବଝରି ପଞ୍ଚାୟତ ସାନବାବଡାରୁ ଜଣେ, ବଢିଗାଁ ପଞ୍ଚାୟତ ବଢିଗାଁ ଗ୍ରାମରୁ ଜଣେ, ରକ୍ସା ପଞ୍ଚାୟତ ମହେଶ୍ୱରପିଣ୍ଡା ଗ୍ରାମରୁ ଜଣେ, ବଢିଗାଁ ପଞ୍ଚାୟତ ବଢିଗାଁ ଗ୍ରାମରୁ ଜଣେ, ଟିକରପଡା ପଞ୍ଚାୟତ ବୁରଗୋରାରୁ ଜଣେ ଓ ଟୁଟୁସିଙ୍ଗା ଗ୍ରାମରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ନାଏକପଡା ଗ୍ରାମରୁ ଜଣେ, ବାଣୀଭୂଷଣପୁର ପଞ୍ଚାୟତ ହରିଡାବିଡା ଗ୍ରାମରୁ ଜଣେ, ମହାଲିକପଡା ହାତୀଗଡ ଗ୍ରାମରୁ ଜଣେ, ରାଧାନଗର ପଞ୍ଚାୟତ ବାଲିପୁର ଗ୍ରାମରୁ ଜଣେ, ରାମଗଡ ପଞ୍ଚାୟତ ରାମଗଡ ଗ୍ରାମରୁ ଜଣେ, ତିଲେଶ୍ୱର ପଞ୍ଚାୟତ ଖଜୁରିଆ ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

6 + 18 =