ପାରଳାପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

0 93

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସ୍ୱାୟତ ଶାସନ ଦିବସ ପାଳିତ ହୋଇ ଯାଇଛି । ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପରେ ପୌର ପରିଷଦର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସେମାନଙ୍କ ଉତ୍ତମ କାର୍ଯ୍ୟ ସେବା ଯୋଗୁଁ ପୌର ପରିଷଦ ପକ୍ଷରୁ ସେମାନଙ୍କୁ ଉପଢୌକନ,ପୁରସ୍କାର ଓ ମାନପତ୍ର ଦେଇ ସାଂମ୍ମାନୀତ କରାଯାଇ ଥିଲା ।

hiring

ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପୌର ପରିଷଦ ପକ୍ଷରୁ ହୋଇ ଥିବା ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ତାପରେ ଆଲୋକପାତ କରି ଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମକୁ ପୌର କର୍ମଚାରୀ ପ୍ରଦୀପ କୁମାର ଲିମ୍ମା ସଞ୍ଚାଳନ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କୋଭିଡ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା ।

hiranchal ad1
Leave A Reply

Your email address will not be published.

one × one =