ଖୋଲିଲା ଆଖୁବାଡ଼ିରୁ ଗୋବିନ୍ଦ ଧରାପଡ଼ିବାର ରହସ୍ୟ

0 352

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେକୁ ଗିରଫ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ହୋଇଆସୁଛି । ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ନେଇ ଗତ କିଛି ଦିନ ହେଲା ବିରୋଧୀ ତୁମ୍ଭିତୋଫାନ କରିଆସୁଛନ୍ତି ।
 ତେବେ ପୁଲିସ ବାରାକରୁ ଖସି ପଳାଇବା ଓ ପରେ ଆଖୁ କିଆରୀରୁ ଗୋବିନ୍ଦ ଧରାପଡ଼ିବା ନେଇ ଥିବା ରହସ୍ୟ ଉପରୁ ପରଦା ହଟିଛି । ଗୋବିନ୍ଦ ସାହୁ ଆଖୁ କିଆରୀରୁ କେମିତି ଧରାପଡ଼ିଲା ବା ପୁଲିସ ବାରାକରୁ ଖସି ଆଖୁ କିଆରୀରେ ଗୋବିନ୍ଦ ଥିବା ପୁଲିସ କେମିତି ଜାଣିଲା ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହାର ପଛର କାରଣ ଏବେ ଜଣାପଡ଼ିଛି । 

hiring

ପ୍ରକାଶ ଯେ, ପୁଲିସ ବାରାକରୁ ଚମ୍ପଟ ମାରିବା ବେଳେ ଗୋବିନ୍ଦ ନିଜ ପାଖରେ ମୋବାଇଲ ରଖିଥିଲା ।  ଆଖୁବାଡ଼ିରେ ଲୁଚିଥିବାବେଳେ  ଗୋବିନ୍ଦ    ମୋବାଇଲ ବ୍ୟବହାର କରୁଥିଲା ।  ମୋବାଇଲ ଟ୍ରାପ ଯୋଗୁଁ ଗୋବିନ୍ଦକୁ ପୁଲିସ ଆଖୁବାଡ଼ିରୁ ଧରିଥିଲା । ଗୋବିନ୍ଦ ଠାରୁ ମୋଟ ୩ଟି ମୋବାଇଲ ଜବତ କରିଛି ପୁଲିସ ।  ମାତ୍ର ଜବତ ଜବତ ହୋଇଥିବା ବ୍ୟାଗକୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି । 

ଅନ୍ୟପକ୍ଷରେ  ମୃତ ମମିତାଙ୍କ ସୁନା ଚେନ, ପାଉଁଜି ଓ ବ୍ୟାଗକୁ ପରିବାର ଲୋକ ଚିହ୍ନିପାରିଛନ୍ତି । ମମିତାଙ୍କ ମାଆ ଓ ବାପା ଚିହ୍ନିଥିବା ନେଇ ବଡ଼ବାପା କୌଶିକ ମେହେର ସୂଚନା ଦେଇଛନ୍ତି ।  ମମିତାଙ୍କ ଅସ୍ଥି ମଧ୍ୟ ପରିବାର ସଦସ୍ୟଙ୍କୁ ମିଳିସାରିଥିବା ସେ କହିଥିବାବେଳେ  ପୁଲିସ ଦେଖାଇଥିବା ଡ୍ରେସ ମମିତାଙ୍କର ନୁହେଁ ବୋଲି ସେ କହିଛନ୍ତି । 

hiranchal ad1
Leave A Reply

Your email address will not be published.

1 × three =