ଆସୁଛି ପାର୍ବଣ, ହସୁଛି କାଶତଣ୍ଡି

0 109

ପାରଳାଖେମୁଣ୍ଡି : ଶରତର ଆଗମନରେ କାଶତଣ୍ଡିର ସମ୍ଭାର ଦେଖିବାକୁ ମିଳେ । ରାସ୍ତା କଡଠାରୁ ଆରମ୍ଭ କରି ଚାଷଜମି ନଇପଠା ଯାଏଁ ସବୁଠୁ ଦୋହଲୁ ଥାଏ କାଶତଣ୍ଡି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି କାଶତଣ୍ଡିର ସମ୍ଭାର ମଳୟ ପବନରେ ପାର୍ବଣ ୠତୁର ବାସ୍ନା ବାରି ହୋଇ ଗଲାଣି । ମାଆଙ୍କ ଆଗମନରେ ଧୋବ ଫରଫର ଚାଦର ଧରା ଶୋଭା ମଣ୍ଡନ କରିଛି କାଶତଣ୍ଡି । କାଶତଣ୍ଡି ଫୁଲର ଚାମର ସଂସ୍ପର୍ଶରେ ମାଆ ଦୁର୍ଗା ଅବତରଣ କରୁଥିବା ଆମ ସମାଜରେ ଲୋକ କଥା ରହିଛି । ସତେ ଯେମିତି ମର୍ତ୍ତ୍ୟ ଧାମକୁ ମାଆଙ୍କ ଆଗମନକୁ ପ୍ରାକୃତି ରାଣି ସବୁଜ ବନାନୀ ଓ କାଶ ତଣ୍ଡି ଫୁଲରେ ସଜେଇ ହୋଇଛି । ରାସ୍ତାରେ ଯାଉଥିବା ପଥିକଟି ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା କାଶ ତଣ୍ଡିର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାଏ । ଧାନ ବିଲରେ ଧରଣୀ ରାଣି ସବୁଜ ବନାନୀ ଓ କାଶ ତଣ୍ଡି ଫୁଲ ମାଆଙ୍କ ଆଗମନକୁ ଚାହିଁ ରହିଥାଏ । ପବନର ଲହରିରେ ଦୋହଲି ସତେ ଯେପରି ଖିଲି ଖିଲି ହସୁଥାଏ । ସକାଳ ଓ ସନ୍ଧ୍ୟାର ସୂର୍ଯ୍ୟ କିରଣର ଆଲୋକରେ କାଶ ତାଣ୍ଡିର ଅପରୂପ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । କବି ହେଉ ବା ଲେଖକ କାଶତଣ୍ଡିର ଅପରୂପ ସୌନ୍ଦର୍ଯ୍ୟକୁ ଦେଖି ଉତଫୁଲିତ ହୋଇ କଲମରୁ ଝରି ପଡେ ଅନେକ କବିତା ।

hiranchal ad1
Leave A Reply

Your email address will not be published.

four × 5 =