ମା’ ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟା ଜଳ

0 78

ଆଠଗଡ : ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ପରେ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବେଢାରେ ପାଣି ପଶିଛି ।ଶୁକ୍ରବାର ମହାନଦୀ ଜଳ ମନ୍ଦିରର ମୁଖ୍ୟଦ୍ବାରକୁ ଛୁଇଁଥିଲା । ଏହାପରେ ମୁଖଶାଳାକୁ ବନ୍ଦ କରାଯାଇଛି। ମନ୍ଦିରର ନୀତିଦ୍ବାର ଦେଇ ଭକ୍ତ ଏବେ ଠାକୁରାଣୀଙ୍କୁ ଦର୍ଶନ କରୁଛନ୍ତି । ଯଦି ଆଗକୁ ପାଣି ବଢିବାର ଆଶଙ୍କା ରହିଛି । ମନ୍ଦିର ଭିତରେ ପାଣି ପଶିଲେ ଠାକୁରାଣୀଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

fourteen − 8 =