୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ

0 68

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୧ ବର୍ଷରେ ପାଦ ଦେଲେ ନରେନ୍ଦ୍ର ମୋଦି । ଏହି ଅବସରରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିପାଇଁ ୨୦ ଦିନିଆ ରାଷ୍ଟ୍ରୀୟ ଅଭିଯାନର ଯୋଜନା ପ୍ରସ୍ତୁତ କରାଯାଇଛି ଯାହା ଆଜିଠାରୁ ଆରମ୍ଭ କରାଯିବ ଓ ଏହା ୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନକୁ ସେବା ଓ ସମର୍ପଣ ନାମ ଦିଆଯାଇଛି ।

hiring

ଏହି ଅଭିଯାନକୁ ୨୦ ଦିନିଆ ପାଳନ କରିବା ପଛରେ କାରଣ ହେଉଛି ଆଜିକୁ ଠିକ୍ ୨୦ ଦିନ ପରେ ଅର୍ଥାତ୍ ୭ ଅକ୍ଟୋବରକୁ ୨୦ ବର୍ଷ ପୂର୍ବେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେଣୁ ଏହି ଅଭିଯାନକୁ ବିଜେପି ୭ ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରିବ । ଏଥିପାଇଁ ଏକ ସଂସଦୀୟ ସମିତି ଗଠନ କରାଯାଇଛି ଯାହା ଦଳର କର୍ମୀମାନଙ୍କ ପାଇଁ କାର୍ଯ୍ୟକ୍ରମର ଆୟୋଜନ କରିବ । ଏହି ସମିତିର ନେତୃତ୍ୱ କୈଳାଶ ବିଜୟଭର୍ଗିୟ ନେଇଛନ୍ତି ।

ଏଥିରେ ରକ୍ତଦାନ ଶିବିର, ମୋଦିଙ୍କ ଜୀବନି ଉପରେ ପ୍ରଦର୍ଶନୀ ଆଦିର ଆୟୋଜନ କରାଯିବ । ଏହାସହ ଦଳର ସମସ୍ତ କାର୍ଯ୍ୟାଳୟରୁ ଲକ୍ଷ ଲକ୍ଷ ସଂଖ୍ୟାରେ ପୋଷ୍ଟକାର୍ଡ ମୋଦିଙ୍କ ନିକଟକୁ ପଠାଯିବ । ସେହିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ କଂଗ୍ରେସର ଯୁବ ବାହିନୀ ‘ଜାତୀୟ ବେକାରୀ ଦିବସ’ ପାଳନ କରିବ । ଭାରତୀୟ ଯୁବ କଂଗ୍ରେସ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ‘ଜାତୀୟ ବେକାରୀ ଦିବସ’ ଅଧୀନରେ ସାରା ଦେଶରେ ସଂଗଠନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

hiranchal ad1
Leave A Reply

Your email address will not be published.

five × five =