ସୋନପୁର ସହରରେ ଗୋ ଶ୍ରଦ୍ଧା ଓ ସଡକ ସୁରକ୍ଷା ସଚେତନତା ଅଭିଯାନ

0 48

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ଦୀର୍ଘ ଦିନରୁ ଲଗାତାର ଭାବେ ଗୋ ଶ୍ରଦ୍ଧା ଓ ସଡକ ସୁରକ୍ଷା ଅଭିଯାନ ଜାରି ରହିଛି । ଏ ନେଇ ପ୍ରତିଦିନ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ସଂଯୋଜନାରେ ଏଡିଏମ ସୂର୍ଯ୍ୟ ନାରାୟଣ ଦାଶଙ୍କ ନେତୃତ୍ୱରେ ସହରର ବିଭିନ୍ନ ଅଞ୍ଚଳରେ ସଚେତନତା ରାଲି କରାଯାଉଛି । ସହରର ମୁଖ୍ୟ ରାସ୍ତାରେ ଲାଠି ଧରି ପ୍ରଶାସନିକ ଅଧିକାରୀ ସେଚ୍ଛାସେବୀଙ୍କ ସହିତ ନିଜେ ଗାଈ ଗୋରୁ ଘଉଡ଼ାଇ ଜନ ସାଧାରଣଙ୍କୁ ସଚେତନ କରାଉଛନ୍ତି । ଶୋଭାଯାତ୍ରାରେ ସାମିଲ ହୋଇ ଦୁର୍ଘଟଣାମୁକ୍ତ ସହର ଓ ଜ଼ିଲ୍ଲା ଗଢିବା ପାଇଁ ସଚେତନତା ବାର୍ତ୍ତା ଦେଉଛନ୍ତି । ରାସ୍ତାକୁ ଗାଈ ଗୋରୁ ଆଦୌ ନ ଛାଡି ନିଜେ ସୁରକ୍ଷିତ ରହି ଅନ୍ୟଙ୍କୁ ସୁରକ୍ଷିତ ରଖିବାକୁ, ସଚେତନ ହେବା ସହ ଦୁର୍ଘଟଣାକୁ ଏଡାଇବା ଓ ପ୍ରଶାସନକୁ ସାଥ୍‌ ଦେବା ଦୁର୍ଘଟଣା ଏଡାଇ ଜ଼ିଲ୍ଲାର ସୁନାମ ଅର୍ଜୀବା ବୋଲି ଆରଟିଓ ଶ୍ରୀ ପଟ୍ଟନାୟକ ଓ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ମାଇକ ଯୋଗେ ଲୋକଙ୍କୁ ପରାମର୍ଶ କରୁଛନ୍ତି । ଏ ଅଭିଯାନରେ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ସୂଚନା ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ ଭୋଇ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସଦର ଷ୍ଟେସନ ପୋଲିସ କର୍ମଚାରୀ ସୁଶୀଲ ବିଶି, ମେଡିକାଲ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, ପୌର ସାନିଟାରୀ ଇନ୍ସପେକ୍ଟର ଇଂ.ହରି ଭୋଇ, ଶିକ୍ଷାବିତ ପ୍ରଦୀପ ପୁରୋହିତ, ଅତିରିକ୍ତ ଆରଟିଓ ଶିବାଶିଷ ସାହୁ, ଜୁନିଅର ଏମ ଭିଆଇ ଲୋକନାଥ ନାଏକ, ପୌର ସୂଚନା ଅଧିକାରୀ ଶିବ ରାମ ସାହୁ, ବରିଷ୍ଟ ସାମ୍ବାଦିକ ଦିଲ୍ଲୀପ ପାତ୍ର, ବେଣୁଧର ପଧାନ, ତୀର୍ଥବାସୀ ପଣ୍ଡା,ମହାଦେବ ମଲ୍ଲିକ, ରଞ୍ଜନ ବାରିକ, ସୁଶାନ୍ତ ସାହୁ, ସୁଶାନ୍ତ ପଣ୍ଡା, ସମାଜସେବୀ ଲଡ଼ୁକିଶୋର ମଲ୍ଲିକ, ସ୍ୱଚ୍ଛ ଭାରତ କର୍ମ କର୍ତା ଅନନ୍ତ ପାଣିଗ୍ରାହୀ ପ୍ରଫୁଲ୍ଲ ନାଏକ, ରକ୍ତ ଦାତା ସଂଘ ଉଦ୍ୟୋକ୍ତା ମନୋଜ ପଣ୍ଡା, ବୁଢା ରାଜା ୟୁଥ କ୍ଲବର ଶିବ ଶଙ୍କର ନାଏକ, ଚିତ୍ତରଞ୍ଜନ ଭୋଇ,ବଳରାମ ସା, ଜଗ ସେଠି, ରାମ ଚନ୍ଦ୍ର ସ୍ୱାଇଁ, ପୋଲିସ ଓ ପୌର ବିଭାଗ ର ଅନ୍ୟ କର୍ମଚାରୀ ଅଧିକାରୀ ପ୍ରମୁଖ ସକ୍ରିୟ ସାମିଲ ଥିଲେ । ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନ ଓ ପରାମର୍ଶରେ ଉପ ଜ଼ିଲ୍ଲାପାଳ ନିହାରରଞ୍ଜନ କହଁର ଓ ପୌର ନିର୍ବାହୀ ଅଧିକାରୀଙ୍କ ସହଯୋଗରେ ଦୀର୍ଘ ଦିନରୁ ଏ ଅଭିନବ ଅଭିଯାନ ଚାଲୁ ରହିଛି । ଆଞ୍ଚଳିକ ପରିବହନ ବିଭାଗ ନେତୃତ୍ୱରେ ପୋଲିସ,ପୌର ପ୍ରଶାସନ ଓ ସହରର ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନର ସହଯୋଗରେ ଆଜି ସୁବର୍ଣ୍ଣପୁର ସହର ବ୍ଲକ ଛକରୁ ମଝିପଡ଼ା ଯାଏ ଦୁର୍ଘଟଣା ମୁକ୍ତ ସହର ଗଢିବା ନିମନ୍ତେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିରାଟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗାଈଗୋରୁଙ୍କୁ ରାସ୍ତାରେ ନ ଛାଡିବାକୁ, ଦୁର୍ଘଟଣାକୁ ରୋକିବା ସହିତ ଜ଼ିଲ୍ଲା ପ୍ରଶାସନର ଅଭିନବ ଉଦ୍ୟମ କୁ “”ଗୋ ଶ୍ରଦ୍ଧା” ଓ ସଡକ ସୁରକ୍ଷା ଅଭିଯାନକୁ ସଫଳ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ଆଞ୍ଚଳିକ ପରିବହନ ବିଭାଗର ଚିତ୍ତ ରଞ୍ଜନ ପଟ୍ଟନାୟକ, ରବୀନ୍ଦ୍ର ଦଳାଇ, ସରିତା ଲାକ୍ରା, ଲଷ୍ମୀ ମଲ୍ଲିକ, ରତ୍ନା କର ଭେସ୍ରା ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ତଥା ବୁଦ୍ଧିଜୀବୀ ଯୋଗଦାନ କରିବା ସହ ଏ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ।

hiranchal ad1
Leave A Reply

Your email address will not be published.

14 − twelve =