ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା କାର୍ଯ୍ୟକ୍ରମ

0 97

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଏକ ଦିନିଆ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ୫୦ ଜଣ ଛାତ୍ରୀ ଯୋଗ ଦେଇ ବିଦ୍ୟାଳୟ ପରିସରରେ ସଫେଇ , ଆବର୍ଜନା ସଫା, ପ୍ଲାଷ୍ଟିକ ଜରି, ବୋତଲ ଇତ୍ୟାଦି ସଂଗ୍ରହ କରି ପରିବେଶ ନିର୍ମଳ କରିଥିଲେ ।
ଓଡ଼ିଶା ସରକାରଙ୍କର ମାର୍ଗଦର୍ଶକା ଅନୁସାରେ ଜାତୀୟ ସେବା ଯୋଜନାରେ ଭାଗ ନେଇଥିବା ଛାତ୍ରୀ ମାନେ ସାମାଜିକ ଦୂରତା ବଜାୟ ରଖି ମାସ୍କ ପିନ୍ଧି ଏହି ସଫେଇ କାର୍ଯ୍ୟକ୍ରମ କରିଥିଲେ ।
ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଭୂଗୋଳ ପ୍ରାଧ୍ୟାପିକା ଯଥା ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ବ୍ୟକ୍ତିଗତ ଭାବରେ ଯୋଗ ଦେଇ ନିଜେ ସଫେଇ କାର୍ଯ୍ୟ କରିଥିଲେ । ଏନ୍‌ଏସ୍‌ଏସ୍‌ପିଓ ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ (ଇତିହାସ ଅଧ୍ୟାପକ) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏନ୍‌.ସି.ସି ଅଧ୍ୟାପିକା ଲେଫଟେନେଣ୍ଟ ଅନିତା କୁମାରୀ ପାଢୀ, ୱାଇ.ଆର୍‌.ସି ପରାମର୍ଶଦାତ୍ରୀ ଅଧ୍ୟାପିକା ସଂଯୁକ୍ତା ପାତ୍ର ଓ ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଯୋଗାଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

hiranchal ad1
Leave A Reply

Your email address will not be published.

16 − 10 =