ସିମନବାଡ଼ି ନାଏବ ସରପଞ୍ଚ ଶ୍ରମିକଙ୍କ ମଜୁରୀ ଟଙ୍କା ଆତ୍ମସାତ କରିବା ଘଟଣା : ତଦନ୍ତ ଆରମ୍ଭ କଲେ ଜିଲ୍ଲା ଶ୍ରମ ନିରୀକ୍ଷକ

0 45

ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅନ୍ତର୍ଗତ ସଲାବାଡି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ କାମ କରିଥିବା ବେଳେ ୯ ମାସରୁ ଉର୍ଦ୍ଧ୍ୱ ଦିନ ହେବ ମଜୁରୀ ଟଙ୍କା ମିଳିନଥିବା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟଳୟରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ କରିବାର ୯ ମାସ ବିତିଯାଇଥିଲେ ସୁଦ୍ଧା ଶ୍ରମ ବିଭାଗ ତଦନ୍ତ ନକରି ଶ୍ରମିକଙ୍କୁ ଭୁଆଁ ବୁଲାଉଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ରବିବାର ଦିନ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟଳୟପକ୍ଷରୁ ଜିଲ୍ଲା ଶ୍ରମ ନିରୀକ୍ଷକ ସ୍ପିନିତା କୁମାରୀ ଦେବୀ ସଲାବାଡି ଗ୍ରାମରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଶ୍ରମ ନିରୀକ୍ଷକ ଶ୍ରମିକ ମାନଙ୍କ ଆକାଉଣ୍ଟ ଯାଞ୍ଚ କରିଥିବା ବେଳେ ଅଭିଯୋଗ କରିଥିବା ଶ୍ରମିକମାନଙ୍କ ବ୍ୟାଙ୍କ ଖାତା ଅନେକ ମାସ ଧରି ପ୍ରିଣ୍ଟ ହୋଇନଥିବା ଦେଖି ବ୍ୟାଙ୍କ ଖାତାକୁ ପ୍ରିଣ୍ଟ କରିବା ସହ ବିଡିଓ ଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲେ । ତେବେ ସିମନବାଡ଼ି ଷ୍ଟେଟବ୍ୟାଙ୍କରେ ଜମାକାରୀଙ୍କ ଖାତା ପ୍ରିଣ୍ଟ କରାଯାଉନଥିବା ବେଳେ କେତେବେଳେ କେମିତି ଶ୍ରମିକ ଶ୍ରେଣୀର ଜମାକାରୀଙ୍କ ପାସବୁକ ଖାତା ପ୍ରିଣ୍ଟ କରୁଥିବା ବେଳେ ତାହା ମଧ୍ୟ ଗୋଟିଏ ଦୁଇଟି ପୃଷ୍ଠା ପ୍ରିଣ୍ଟ କରି ପୁଣି ଥରେ ଆସନ୍ତା ସପ୍ତାହରେ ପ୍ରିଣ୍ଟ ପାଇଁ ଆସନ୍ତୁ ବୋଲି କହୁଛନ୍ତି ବୋଲି ମଧ୍ୟ ଅଭିଯୋଗ ଶ୍ରମିକମାନେ କରିଛନ୍ତି ଯାହା ଫଳରେ ଶ୍ରମିକମାନେ କେବେ କେଉଁ ଯୋଜନାରେ ଟଙ୍କା ପାଇଛନ୍ତି ତାହା ଜାଣି ପାରୁନାହାନ୍ତି କି କିଛି ମଧ୍ୟ ଜାଣି ପାରୁନାହାନ୍ତି ତେଣୁ ଷ୍ଟେଟବ୍ୟାଙ୍କର ଉଚ୍ଚ଼ କର୍ତ୍ତୃପକ୍ଷ ଏନେଇ ଦୃଷ୍ଟି ଦେଇ ସମସ୍ତ ଜମାକାରୀଙ୍କ ପାସବୁକ ଖାତାକୁ ପ୍ରିଣ୍ଟ କରିବା ନେଇ ଶାଖା ପରିଚାଳକଙ୍କୁ ନିର୍ଦ୍ଦେଶ ଦେବାକୁ ଗ୍ରାମବାସୀମାନେ ଦାବି କରିଥିବା ବେଳେ ଖାତା ପ୍ରିଣ୍ଟ କରାନଗଲେ ଆଗାମୀ ଦିନରେ ବ୍ରାହ୍ମଣୀଗାଁ ବ୍ୟାଙ୍କରେ ବିଗତ ଦିନରେ ଯେଉଁଭଳି ବ୍ୟାଙ୍କ କର୍ମଚାରୀଙ୍କ ସେବା ଯୋଗାଇବାରେ ଅବହେଳା ଓ ମନମାନି ନେଇ ବ୍ୟାଙ୍କରେ ତାଲା ପକାଇ ଥିଲେ ସେହିଭଳି ସ୍ଥିତି ଉପୁଜିପାରେ ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଏହି ଯାଞ୍ଚ କରିବା କରିବା ସମୟରେ ସଲାବାଡ଼ି ଗ୍ରାମରେ ଉକ୍ତ ନାଏବ ସରପଞ୍ଚ ତଥା ଗାଁ ସାଥି ଜଣକ ଏକ ଡ୍ରେନ ନିର୍ମାଣ କାର୍ଯ୍ୟ କରାଇଥିବା ବେଳେ ଶ୍ରମିକ ମଜୁରୀ ବିଲ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେହି କାର୍ଯ୍ୟର ସମ୍ପୂର୍ଣ୍ଣ ପାରିଶ୍ରମିକ ମଧ୍ୟ ଶ୍ରମିକମାନଙ୍କୁ ମିଳିନଥିବା ଗ୍ରାମବାସୀ ଶ୍ରମ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ସୂଚନା ମୁତାବକ ଦାରାବଣ୍ଡା ଠାରୁ ଆଡିନପାଙ୍ଗା ପର୍ଯ୍ୟନ୍ତ ମନରେଗା ଯୋଜନାରେ ରାସ୍ତା କାମ ହୋଇଥିଲା । ଏହି କାମରେ ଗ୍ରାମର ବହୁ ପୁରୁଷ ଓ ମହିଳା ଲୋକ କାମ କରିଥିବା ବେଳେ କିଛି କିଛି ମଜୁରୀ ଟଙ୍କା ମିଳିଥିବା ବେଳେ ୧ ଲକ୍ଷରୁ ଉଦ୍ଧ୍ୱର୍ ମଜୁରୀ ଟଙ୍କା ଶ୍ରମିକମାନେ ପାଇବେ । ଶ୍ରମିକ ମାନଙ୍କୁ ସଠିକ ସମୟରେ ମଜୁରୀ ଟଙ୍କା ମିଳିବା କହି ଗାଁସାଥି ତଥା ସିମନବାଡି ପଞ୍ଚାୟତର ନାଏବ ସରପଞ୍ଚ ମୋହନ ପ୍ରଧାନ ଲୋକଙ୍କୁ ଲଗାଇ କାମ କରାଇଥିଲେ । ଏହି କାମ ବାବଦକୁ ସମସ୍ତ ଟଙ୍କା ବିଲ ମଧ୍ୟ ହୋଇଥିଲା । ହେଲେ ଟଙ୍କାକୁ ଶ୍ରମିକମାନଙ୍କୁ ନଦେଇ ଗାଁ ସାଥି ମୋହନ ପ୍ରଧାନ ଆତ୍ମସାତ କରିଦେଇଥିବା ନେଇ ଶ୍ରମିକ ମାନେ ପ୍ରଥମେ ବ୍ଲକରେ ଅଭିଯୋଗ କରିଥିଲେ । ବ୍ଲକ କାର୍ଯ୍ୟଳୟରେ ନ୍ୟାୟ ନପାଇବାରୁ ଶେଷରେ ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟଳୟରେ ଗତ ୨୦୨୦ ନଭେମ୍ବର ମାସରେ ଅଭିଯୋଗ କରିଥିଲେ । ମୋହନ ପ୍ରଧାନ ଜଣେ ଜନପ୍ରତିନିଧି ହୋଇଥିବା ବେଳେ ସେ କିଭଳି ଗାଁ ସାଥି ଭାବେ କାର୍ଯ୍ୟ କରିଆସୁଛନ୍ତି ? ତାଙ୍କୁ କିଏ ପ୍ରୋତ୍ସାହନ ଦେଉଛନ୍ତି? ଅଭିଯୋଗ ପରେ ମଧ୍ୟ ନାଏବ ସରପଞ୍ଚଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ହେଉନି ତେଣୁ ଏଥିରେ କେବଳ ଏହି ନାଏବ ସରପଞ୍ଚ ସାମିଲ ଅଛନ୍ତି ନା ଆଉ କେହି ଅଛନ୍ତି ତାହାର ତଦନ୍ତ କରିବା ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିଛନ୍ତି । ଏଥି ସହିତ ଶ୍ରମିକମାନଙ୍କ ମଜୁରୀ ଟଙ୍କାକୁ ଚଳୁକରି ଆତ୍ମସାତ କରିଥିବା ହେତୁ ଗ୍ରାମବାସୀ ମାନେ ନାଏବ ସରପଞ୍ଚ ମୋହନ ପ୍ରଧାନଙ୍କୁ ଗିରଫ ଦାବି କରିବା ସହ ଜଣେ ନାଏବ ସରପଞ୍ଚ କିଭଳି ଗାଁ ସାଥି ରହିଲେ ସେନେଇ ତଦନ୍ତ କରାଯାଇ ତାଙ୍କୁ ଗାଁ ସାଥିରୁ ବାହାର କରିବା ପାଇଁ ଶ୍ରମିକ ମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 1 =